ଓଡିଶା

odisha

ETV Bharat / state

ଫନି ପ୍ରଳୟ, ରାଜଧାନୀରେ ଦୁର୍ଦ୍ଦଶା ଓ ଦୁସ୍ଥିତିର ରାଜୁତି

ଫନି ବାତ୍ୟାକୁ ପାଞ୍ଚ ଦିନ ବିତି ଯାଇଥିଲେ ସୁଦ୍ଧା ବିନା ଲାଇନ ଓ ମହଙ୍ଗା ପାଣିରେ କଲବଲ ହେଉଛନ୍ତି ରାଜଧାନୀବାସୀ । ବଡବଡିଆଙ୍କ ଠାରୁ ଆରମ୍ଭ କରି ବସ୍ତି ବାସିନ୍ଦା ସଭିଏଁ ଦୁର୍ଦ୍ଦିନ, ଦୁସ୍ଥିତି ଏବଂ ଦୁର୍ଦ୍ଦଶାରେ ଘାଣ୍ଟିଚକଟି ହେଉଛନ୍ତି ।

ଫଟୋ ସୌଜନ୍ଯ : ପ୍ରତିନିଧି,ଭୁବନେଶ୍ବର

By

Published : May 7, 2019, 11:51 PM IST

ଭୁବନେଶ୍ବର: ପ୍ରଳୟଙ୍କାରୀ ବାତ୍ୟା 'ଫନି' ଛାରଖାର କରିଦେଇଛି ସ୍ମାର୍ଟ ସିଟି ଭୁବନେଶ୍ବରକୁ । ଅଣଚାଶ ପବନ ମାଡରେ ଛିନଛତ୍ର ହୋଇଛାଇଛି ସବୁକିଛି । ତେବେ ବାତ୍ୟାର ସେ କରାଳ ରୂପ ପରେ ବସ୍ତି ବାସିନ୍ଦାଙ୍କ କରୁଣ ଚିତ୍କାର ବେଶ୍ ହୃଦୟ ବିଦାରକ । ଅଖିଆ ଅପିଆ ସହ ଭଙ୍ଗା ଘରେ ଅତ୍ୟନ୍ତ ଦୟନୀୟ ଭାବରେ ଦିନ କାଟୁଛନ୍ତି ଏମାନେ ।

ଭିଡିଓ ସୌଜନ୍ଯ : ପ୍ରତିନିଧି,ଭୁବନେଶ୍ବର

ଆଜିକୁ ପାଞ୍ଚ ଦିନ ବିତି ଯାଇଥିଲେ ସୁଦ୍ଧା ବିନା ଲାଇନ ଓ ମହଙ୍ଗା ପାଣିରେ କଲବଲ ହେଉଛନ୍ତି ରାଜଧାନୀବାସୀ । ବଡବଡିଆଙ୍କ ଠାରୁ ଆରମ୍ଭ କରି ବସ୍ତି ବାସିନ୍ଦା ସଭିଏଁ ଦୁର୍ଦ୍ଦିନ, ଦୁସ୍ଥିତି ଏବଂ ଦୁର୍ଦ୍ଦଶାରେ ଘାଣ୍ଟିଚକଟି ହେଉଛନ୍ତି ।

ସିଆରପି ଛକ ନିକଟସ୍ଥ ମୁଣ୍ଡା ସାହି ବସ୍ତିର ସ୍ଥିତି ପରଖିବା ପାଇଁ ଆଜି ପହଁଞ୍ଚିଥିଲା ଆମ ‘ଇଟିଭି ଭାରତ’ ଟିମ୍ । ଯାହା ଦେଖଥିଲା ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ । ଘର ଦ୍ବାର ସବୁ ନଷ୍ଟ ହୋଇଯିବା ପରେ ଏବେ ସରକାରଙ୍କ ସାହାଯ୍ୟକୁ କେବଳ ଚାହିଁ ବସିଛନ୍ତି ଏମାନେ । ପ୍ରଶାସନ ଦିନଟିଏ ଖାଇବାକୁ ଦେଇଥିବା ବେଳେ ଚାରି ଦିନ ହେବ ସେମାନେ ଉପାସ ଥିବା କହିଛନ୍ତି ।


ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details