ଓଡିଶା

odisha

ETV Bharat / state

Bahanaga Train Tragedy: ଅଡୁଆରେ CBI, ପାଉନି ଷଡ଼ଯନ୍ତ୍ରର ଖିଅ - ମହମ୍ମଦ ଅମିର ଖାନ

ବାହାନଗା ଟ୍ରେନ ଦୁର୍ଘଟଣା ମାମଲାର କାଗଜ ଗିରଫ ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନଙ୍କ ଓକିଲଙ୍କ ହାତରେ ଲାଗିଛି । ମାମଲାର କୌଣସି ଷଡ଼ଯନ୍ତ୍ର ନଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 17, 2023, 9:55 PM IST

ଅଡୁଆରେ CBI, ପାଉନି ଷଡ଼ଯନ୍ତ୍ରର ଖିଅ

ଭୁବନେଶ୍ବର: ଆଗୁକୁ ଗଡୁନି ବାହାନାଗା ଟ୍ରେନ‌ ଦୁର୍ଘଟଣା ତଦନ୍ତ । ତିନି ରେଳ କର୍ମଚାରୀ ଗିରଫ ପରେ ଅଡୁଆରେ CBI । ମିଳୁନି ଷଡ଼ଯନ୍ତ୍ରର ଖିଅ ତଦନ୍ତ ବାଟବଣାରେ ଅଫିସର। ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା ଘଟଣାରେ ସିବିଆଇ ତଦନ୍ତକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଗିରଫ ହୋଇଥିବା ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନଙ୍କ ଓକିଲ ଲଲାଟେନ୍ଦୁ ପ୍ରଧାନ । ସିବିଆଇ କୋର୍ଟରେ ଦାଖଲ କରିଥିବା କେସ ସମ୍ପର୍କରେ ଏଯାବତ କୌଣସି ଷଡ଼ଯନ୍ତ୍ରର ଖୋଜଖବର ନାହିଁ ବୋଲି ସେ କହିଛନ୍ତି ।

ତାଙ୍କ ହାତରେ କେସର କାଗଜ ଲାଗିଥିବା ବେଳେ ସିବିଆଇ ତାର ତଦନ୍ତରେ ଏଯାଏଁ ଷଡ଼ଯନ୍ତ୍ରର ଚିହ୍ନବର୍ଣ୍ଣ ପାଇନି ବୋଲି ସେ କହିଛନ୍ତି । ଯାହାକି ମାମଲାକୁ ପୁରା ଦୁର୍ବଳ ରହିଛି ବୋଲି ସେ କହିଛନ୍ତି। ଦୁର୍ଘଟଣା ପାଇଁ ଅବହେଳାକୁ ନେଇ ତାଙ୍କ ମହକିଲଙ୍କୁ ଗିରଫ କରାଯାଇଛି । ଏନେଇ ସେ ଖୁବଶୀଘ୍ର ଗିରଫ ଅମିର ଖାନଙ୍କ ପାଇଁ ଜାମିନ ଆବେଦନ କରିବେ ବୋଲି କହିଛନ୍ତି । ତାଙ୍କ ବିରୋଧରେ କୌଣସି ତଥ୍ୟ ନ ପାଇବାରୁ 3ୟ ଥର ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିନାହିଁ ସିବିଆଇ । ଯାହାକୁ ନେଇ ଏବେ ମାମଲାର ତଦନ୍ତକୁ ନେଇ ପ୍ରଶ୍ନ ଉଠିଲାଣି।

ଏହା ବି ପଢନ୍ତୁ- ବାହାନଗା ଟ୍ରେନ ଟ୍ରାଜେଡି: ୯ ଦିନିଆ ରିମାଣ୍ଡ ଅବଧି ଶେଷ, ଜେଲ ଗଲେ ତିନି ଅଭିଯୁକ୍ତ

ଘଟଣାରେ ମଧ୍ୟ ନିଜେ ମୁହଁ ଖୋଲିଥିଲେ ସେକ୍ସନ ଇଞ୍ଜିନିୟର ଅମିର‌ ଖାନ। ସେ ମଧ୍ୟ କହିଥିଲେ ତାଙ୍କର କୌଣସି ଭୁଲ ନାହିଁ। ଯେଉଁ ତୃଟି ପାଇଁ ଦୁର୍ଘଟଣା ଘଟିଛି ତାହା ୧୫ ଏପ୍ରିଲ ୨୦୨୩ରୁ ହୋଇଛି । ଏପରିକି ସେ କହିଛନ୍ତି ସାଧାରଣ ଯେଭଳି କାମ ହେବା କଥା ସେପରି ହୋଇଛି । ଯେପରି ଡ୍ରଇଂ ରହିଛି ସେହି ହିସାବରେ କାମ କରିଛନ୍ତି । ତାଙ୍କର କୌଣସି ଭୁଲ ହୋଇନାହିଁ । ଅର୍ଥାତ୍ ଯେଉଁ ଇଣ୍ଟରଲକିଂ ପଏଣ୍ଟ ସେଟ ତୃଟି ଯୋଗୁଁ ଏହି ଦୁର୍ଘଟଣା ଘଟିଲା, ତାହା ପୂର୍ବରୁ ତୃଟି ରହିଥିଲା । ଆଉ ମାଲବାହୀ ଟ୍ରେନକୁ ପଛପଟୁ ପିଟିଥିଲା କରମଣ୍ଡଳ ଏକ୍ସପ୍ରେସ । ସେହି ପଏଣ୍ଟ ସେକ୍ସନ ତୃଟି ଆଗରୁ ଥିବା ସେ ଯୁକ୍ତି ବାଢିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ଏହି ତୃଟି ସମ୍ପର୍କରେ ରେଳ ବିଭାଗ ପାଖରେ ଖବର ଥିଲା କି ନାହିଁ ? ଏନେଇ ସେକ୍ସନ ଇଞ୍ଜିନିୟରଙ୍କ ବ୍ୟତୀତ ଅନ୍ୟ କେହି ଉପରିସ୍ଥ ଅଧିକାରି ଜାଣିଥିଲେ କି ନାହିଁ ? ତେବେ ଯଦି ଜାଣିଥିଲେ ତେବେ ଏନେଇ କଣ ପଦକ୍ଷେପ ନିଆଯାଇଥିଲା ? ଯେହେତୁ ଏହି ଘଟଣାରେ ଅନେକଙ୍କ ଭୂମିକା ରହିଛି । ତେଣୁ ସିବିଆଇ ମଧ୍ୟ ଅନେକ ରେଳ କର୍ମଚାରୀଙ୍କୁ ସମନ କରି ଜେରା କରୁଛି। ଗିରଫ ହୋଇଥିବା 3 ଜଣଙ୍କ ମଧ୍ୟରେ ସେକ୍ସନ ଇଞ୍ଜିନିୟରଙ୍କ ସହ ଟେକ୍ନିସିଆନ ପପୁ କୁମାର, ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ ଗିରଫ ହୋଇ ଝାରପଡ଼ା ଜେଲ ବିଚାର ଏବେ ବିଭାଗୀୟ ହାଜତରେ ଅଛନ୍ତି ।

ଏହି ତିନିଜଣଙ୍କୁ ଛାଡ଼ିଲେ ରେଳ ବିଭାଗ ଦ୍ବାରା ନିଲମ୍ବିତ ଥିବା ଅନ୍ୟ ୪ଜଣଙ୍କୁ ମଧ୍ୟ ସିବିଆଇ ସମନ ପରେ ଜେରା‌ କରିସାରିଛି । କାରଣ ସେମାନଙ୍କ ମଧ୍ୟରେ ଅଛନ୍ତି ସେକ୍ସନ ଇଞ୍ଜିନିୟର ଅରୁଣଙ୍କ ଉପର ଅଧିକାରୀ ଆସିଷ୍ଟାଣ୍ଟ ସିଗନାଲ ଟେଲିକମ ଇଞ୍ଜିନିୟର। ଯାହାଙ୍କର ଦାୟିତ୍ବ ପଏଣ୍ଟ ସେକ୍ସନର ତୃଟି ସମ୍ପର୍କରେ ଜାଣିବା କଥା । ସେ ଜାଣିଥିଲେ କି ନାହିଁ ?ଏହି ସମସ୍ୟା ସମ୍ପର୍କରେ ଆଗରୁ ଅବଗତ ଥିଲେ କି ନାହିଁ ? ଏନେଇ କଣ ଆକ୍ସନ ନେଇଥିଲେ ସେନେଇ ମଧ୍ୟ ସିବିଆଇ ପଚରାଉଚରା କରିଛି ।

ଷ୍ଟେସନ ମାଷ୍ଟର ଅଫିସରେ ଲାଗିଥିବା ଡିସପ୍ଲେ ପାନେଲରେ ଲୁପ ଲାଇନ ଓ ମେନ୍ ଲାଇନ ସମ୍ପର୍କରେ ସଠିକ ଭାବେ ସୁଚିତ ହେବା କଥା । ଏହି ତୃଟି ସମ୍ପର୍କରେ ପୂର୍ବରୁ ସେ ଜାଣିଥିଲେ କି ନାହିଁ ସେ ନେଇ ତଦନ୍ତ ଚାଲିଛି । ଟ୍ରାଫିକ ଇନସ୍ପେକ୍ଟର ମଧ୍ୟ ସେଦିନ ଟ୍ରେନ ଲାଇନରେ କେଉଁ ଗାଡି ବୋର୍ଡ କରିଛି ଅର୍ଥାତ୍ ଠିଆ ହୋଇଛି । ଆଉ କେଉଁ ଗାଡି ଆସିବାର ଅଛି, କେଉଁ ଗାଡିଟି ସେଦିନ କେଉଁ ରୁଟରେ ଯିବାର ଅଛି ସେ ନେଇ ମଧ୍ୟ ଅବଗତ ରହିଥିବେ । ଏଭଳି ତୃଟି ସମ୍ପର୍କରେ ଆଗରୁ ବିଭାଗୀୟ ଅବଗତ ଥିଲେ କି ନାହିଁ ? ଏମିତି ଅନେକ ଦିଗକୁ ନେଇ ଜାରି ରହିଛି ତଦନ୍ତ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details