ଓଡିଶା

odisha

By

Published : May 25, 2021, 7:34 AM IST

ETV Bharat / state

ରୋଗୀଙ୍କ ସେବାରେ ଲାଗିଲାନି ଆଡଭାନ୍ସ ଲାଇଫ ସିଷ୍ଟମ ଆମ୍ବୁଲାନ୍ସ

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଆଡଭାନ୍ସ ଲାଇଫ ସିଷ୍ଟମର ସୁବିଧା ଥିବା ଆମ୍ବୁଲାନ୍ସ ଆସିଲା ନାହିଁ ରୋଗୀଙ୍କ ସେବାରେ । ଅଧା ବାଟରେ ଚାଲିଗଲା ରୋଗୀଙ୍କ ଜୀବନ । ଅଧିକ ପଢନ୍ତୁ...

ରୋଗୀଙ୍କ ସେବାରେ ଆସିଲାନି ଆଡଭାନ୍ସ ଲାଇଫ ସିଷ୍ଟମର ସୁବିଧା ଥିବା ଆମ୍ବୁଲାନ୍ସ
ରୋଗୀଙ୍କ ସେବାରେ ଆସିଲାନି ଆଡଭାନ୍ସ ଲାଇଫ ସିଷ୍ଟମର ସୁବିଧା ଥିବା ଆମ୍ବୁଲାନ୍ସ

ଖୋର୍ଦ୍ଧା: ରୋଗୀଙ୍କ ସେବାରେ ଆସିଲାନି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଆଡଭାନ୍ସ ଲାଇଫ ସିଷ୍ଟମର ସୁବିଧା ଥିବା ଆମ୍ବୁଲାନ୍ସ । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳର ଜଣେ ବୈଦ୍ୟୁତିକ ଗଣମାଧ୍ୟମର କାର୍ଯ୍ୟରତ ସାମ୍ବାଦିକଙ୍କ ମା'ଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ ଖରାପ ହେବାରୁ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଖାନାରେ ଆନୁସଙ୍ଗିକ ବ୍ୟବସ୍ଥାର ଅଭାବ ହେତୁ ଦାୟିତ୍ବରେ ଥିବା ଡାକ୍ତରଙ୍କ ପ୍ରଚେଷ୍ଟା ସତ୍ତ୍ବେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ନଆସିବାରୁ ଚିକିତ୍ସାଳୟ କର୍ତ୍ତୃପକ୍ଷ ମହିଳାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ ।

ରୋଗୀଙ୍କ ସେବାରେ ଆସିଲାନି ଆଡଭାନ୍ସ ଲାଇଫ ସିଷ୍ଟମର ସୁବିଧା ଥିବା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆଡ଼ଭାନ୍ସ ଲାଇଫ ସିଷ୍ଟମର ସୁବିଧା ଥିବା ଆମ୍ବୁଲାନ୍ସକୁ ମହିଳାଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ପ୍ରଦତ୍ତ ଆମ୍ବୁଲାନ୍ସରେ ଅତ୍ୟାଧୁନିକ ଯନ୍ତ୍ରପାତିକୁ ସଠିକ ଭାବରେ ପରିଚାଳନା କରିବା ପାଇଁ କୌଣସି ଆଟେନାଣ୍ଟକୁ ନିଯୁକ୍ତ କରାଯାଇନଥିଲା । ତେବେମ ଅନ୍ୟ ଆମ୍ବୁଲାନ୍ସ ଦାୟିତ୍ବରେ ଥିବା କୌଣସି ଆଟେନାଣ୍ଟଙ୍କୁ ଏହି ଅତ୍ୟାଧୁନିକ ଯନ୍ତ୍ରପାତିକୁ ପରିଚାଳନା କରିବା ଜଣା ନଥିବା କଥା ସାମ୍ନାକୁ ଆସିବା ପରେ ତୁରନ୍ତ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଅନ୍ୟ ଏକ ଘରୋଇ ଆମ୍ବୁଲାନ୍ସ ଜରିଆରେ ଭୁବନେଶ୍ବର ସ୍ଥିତ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଏଠି ପ୍ରଶ୍ନ ଉଠେ କି, ଯଦି ଉପଯୁକ୍ତ ସମୟରେ ଅତ୍ୟାଧୁନିକ ଯନ୍ତ୍ରପାତିରେ ପରିପୂର୍ଣ୍ଣ ଥିବା ଏହି ଆମ୍ବୁଲାନ୍ସ ସାଧାରଣ ରୋଗୀଙ୍କ କାର୍ଯ୍ୟରେ ଉପଯୋଗ ହୋଇ ପାରୁନାହିଁ, ତେବେ ଏଥିପାଇଁ ଦାୟୀ କିଏ । ତେବେ ଏହି ଘଟଣା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସେବାକୁ ନେଇ ଅବହେଳା ବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details