ଓଡିଶା

odisha

By

Published : Jan 1, 2023, 4:08 PM IST

ETV Bharat / state

Russian MP Death: ପାଭେଲଙ୍କ ମୃତ୍ୟୁକୁ ନେଇ ବଢିଲା ଅଡୁଆ, କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୋଲିସ ଡିଜି

ଋଷୀୟ ସାଂସଦ ପାଭେଲଙ୍କ ମୃତ୍ୟୁକୁ ନେଇ ବଢିଲା ଅଡୁଆ(Suspicious death of Russian MP)। ଗୁପ୍ତଚରଙ୍କ ଟାର୍ଗେଟରେ ଥିଲେ କି ପାଭେଲ ? ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିବା ବେଳେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ DG । ଅଧିକ ପଢନ୍ତୁ

Russian MP Death
Russian MP Death

ପାଭେଲଙ୍କ ମୃତ୍ୟୁକୁ ନେଇ ବଢିଲା ଅଡୁଆ

ଭୁବନେଶ୍ବର:ଗୁପ୍ତଚରଙ୍କ ଟାର୍ଗେଟରେ ଥିଲେ କି ପାଭେଲ ? ଋଷିଆ ସାଂସଦ (Russian MP)ଙ୍କୁ ପିଛା କରୁଥିଲେ କି ଗୁପ୍ତଚର ? ଓଡ଼ିଶା ଆସିଥିଲେ କି ଋଷୀୟ ତଥା ବିଦେଶୀ ଗୁପ୍ତଚର ? ରାୟଗଡ଼ାରେ ଋଷୀୟ ସାଂସଦ ପାଭେଲ ଆଣ୍ଟୋଭଙ୍କ ମୃତ୍ୟୁକୁ ନେଇ ଏପରି କିଛି ପ୍ରଶ୍ନ ଉଙ୍କି ମାରିଛି । ଧୀରେଧୀରେ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ମୃତ୍ୟୁର ପ୍ରକୃତ କାରଣ କଣ ସେ ନେଇ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରୁଥିବା ବେଳେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ(Police DG Sunil Banshal) ।

ଅନ୍ତର୍ଜାତୀୟ ଲିଙ୍କ୍‌ ଖୋଜୁଛି କେନ୍ଦ୍ରୀୟ ଗୁଇନ୍ଦା(CIB) ଟିମ୍ । ଋଷ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଋଷୀୟ ସାଂସଦଙ୍କ ଓଡ଼ିଶା ଭ୍ରମଣ କରିଥିଲେ। ତେବେ ରଷୀୟ ସାଂସଦଙ୍କୁ କେହି ପିଛା କରୁଥିଲେ କି ଗୁପ୍ତଚର ? ପିଛା କରି ଓଡ଼ିଶା ରାୟଗଡ଼ାରେ ଥିଲା କି ଗୁପ୍ତଚରଙ୍କ ଗତିବିଧି ? ସେ କୌଣସି ଗୁପ୍ତଚରଙ୍କ ଶିକାର ହୋଇଛନ୍ତି କି ପାଭେଲ ଓ ତାଙ୍କ ସହଯୋଗୀ‌ ? ଘଟଣାରେ କେତେ ଗୁପ୍ତଚରଙ୍କ ଗତିବିଧି ରହିଛି ? ଏନେଇ ଜିଲ୍ଲା ଏସପି ବା ଥାନାକୁ ଆଲର୍ଟ କରାଯାଇଥିଲା କି ? ତେବେ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ଡିଜିପି । ଗୁଇନ୍ଦା ଦୃଷ୍ଟିରୁ ରାଜ୍ୟ ଓ କେନ୍ଦ୍ର ଗୁଇନ୍ଦା ନଜର ରଖିଛନ୍ତି । ଗୁଇନ୍ଦା ଦୃଷ୍ଟିରୁ ଅଧିକ ସୂଚନା ଦେବାକୁ ମନା କରିଥିବା ବେଳେ କହିଛନ୍ତି ତଦନ୍ତ ଚାଲିଛି ।

ଏହା ବି ପଢନ୍ତୁ- ବ୍ୟବଚ୍ଛେଦ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ମୃତ୍ୟୁ ପୂର୍ବରୁ ଗଞ୍ଜେଇ ସେବନ କରିଥିଲେ ଭ୍ଲାଦିମିର !

ଆବଶ୍ୟକ ପଡିଲେ ଓଡ଼ିଶା ପୋଲିସ କାର୍ଯାନୁଷ୍ଠାନ ନେବ। ଋଷୀୟ ନାଗରିକଙ୍କ ମୃତ୍ୟୁ ନେଇ ମଧ୍ୟ ଦରକାର ପଡିଲେ ଇଣ୍ଟରପୋଲର ସହାୟତା ମଧ୍ୟ ନିଆଯିବ। ଅନ୍ୟପଟେ ରାଜ୍ୟରେ ଆଗକୁ ଆସୁଛି ହକି ବିଶ୍ବକପ୍ । ରାଜ୍ୟକୁ ଛୁଟିବ ଅନେକ ବିଦେଶୀ ପର୍ଯଟକଙ୍କ ସୁଅ । ଏହାରି ଭିତରେ ଆଉ ଜଣେ ଋଷୀୟ ନାଗରିକଙ୍କୁ ଭୁବନେଶ୍ବରରୁ ଠାବ କରାଯାଇଛି । ସେ ବିନା ଭିସାରେ ୬ବର୍ଷ ଧରି ପୁରୀ ଓ ବୃନ୍ଦାବନ ବୁଲିଛନ୍ତି । ଯାହାକୁ ନେଇ ତଥ୍ୟ ସଂଗ୍ରହ କରିଛି ସ୍ପେଶାଲ ବ୍ରାଞ୍ଚ । ଏବେ ରାଜ୍ୟର ଗୁଇନ୍ଦା ସକ୍ରିୟତା ହେବ ନିହାତି ଆବଶ୍ୟକ।

ଏହା ବି ପଢନ୍ତୁ- ଭୁବନେଶ୍ୱରରୁ ଧରାପଡିଲେ ଅନ୍ୟଜଣେ ଋଷ ନାଗରିକ, ରାଜ୍ୟରେ ବୁଲୁଛନ୍ତି କି ବିଦେଶୀ ଗୁପ୍ତଚର ?

କାରଣ କେବଳ ବିଶ୍ବକପ୍ ନୁହେଁ ରାଜ୍ୟରେ ଅନେକ ସମ୍ବେଦନଶୀଳ ସ୍ଥାନ ରହିଛି ଯାହାକି ଗୁପ୍ତଚରଙ୍କ ନଜରରେ ଥାଏ । ସେସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ, ଜାତୀୟ ସୁରକ୍ଷା ପାଇଁ ଥିବା ସମ୍ବେଦନଶୀଳ ସ୍ଥାନର ସୁରକ୍ଷାକୁ ନଜରରେ ରଖି ଏଦିଗରେ ଗୁଇନ୍ଦା ଅଧିକ କ୍ରିୟାଶୀଳ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ। ତେବେ କିଛିଦିନ ତଳେ ବୌଦ୍ଧ ଧର୍ମ ପ୍ରଚାରକ ଦଲାଇଲାମାକୁ ପିଛା କରି ବିହାର ଗୟାରୁ ଧରାପଡିଥିଲେ ଜଣେ ଚୀନ ଗୁପ୍ତଚର ମହିଳା । ଯିଏକି କିଛିଦିନ ଧରି ତାଙ୍କୁ ପିଛା କରୁଥିବାର ଖବର ସାମ୍ନାକୁ ଆସିଥିଲା । ଏବେ ରାଜ୍ୟରେ ସେପରି କିଛି ଗୁପ୍ତଚର ଅଛନ୍ତି କି ନାହିଁ ତାହା ଏବେ ରାଜ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ ବିଷୟ ପାଲଟିଛି । ଏନେଇ ଚାଲିଛି ତଦନ୍ତ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details