ଓଡିଶା

odisha

ETV Bharat / state

ରେଳ କର୍ମଚାରୀ ମାନେ ସଚେତନ ହେଲେ ଦୁର୍ଘଟଣା ରୋକାଯାଇପାରିବ: ରେଳ ଅଧିକାରୀ - ପୂର୍ବତନ ରେଳ ଅଧିକାରୀ ପିସି ମିଶ୍ର

ବିଗତ ଦିନ ମାନଙ୍କରେ ରେଳ ଦୁର୍ଘଟଣା ଯେତେ ହେଉଥିଲା ବର୍ତ୍ତମାନ ସମୟରେ ଦୁର୍ଘଟଣା ବହୁ ମାତ୍ରାରେ କମିଛି। ଏପରିକି ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି। ବର୍ତ୍ତମାନ ସମୟରେ ଯେଉଁ ସବୁ ଟେକନୋଲୋଜି ବ୍ୟବହାର କରାଯାଉଛି ତାହା ଆଗାମୀ ଦିନ ମାନଙ୍କ ପାଇଁ ଭଲ, କିନ୍ତୁ ରେଳ ବିଭାଗରେ ଅଧିକରୁ ଅଧିକ ମ୍ୟାନପାୱାର ଆବଶ୍ୟକ ବୋଲି କହିଛନ୍ତି ରେଳ ଅଧିକାରୀ । ଅଧିକ ପଢ଼ନ୍ତୁ

ରେଳ କର୍ମଚାରୀ ମାନେ ସଚେତନ ହେଲେ ଦୁର୍ଘଟଣା ରୋକାଯାଇପାରିବ: ରେଳ ଅଧିକାରୀ
ରେଳ କର୍ମଚାରୀ ମାନେ ସଚେତନ ହେଲେ ଦୁର୍ଘଟଣା ରୋକାଯାଇପାରିବ: ରେଳ ଅଧିକାରୀ

By ETV Bharat Odisha Team

Published : Nov 1, 2023, 7:47 AM IST

ରେଳ କର୍ମଚାରୀ ମାନେ ସଚେତନ ହେଲେ ଦୁର୍ଘଟଣା ରୋକାଯାଇପାରିବ: ରେଳ ଅଧିକାରୀ

ଭୁବନେଶ୍ବର: ରେଳ କର୍ମଚାରୀ ମାନେ ସଚେତନ ହେଲେ ଦୁର୍ଘଟଣାରୁ ବର୍ତ୍ତି ପାରିବ ଭାରତୀୟ ରେଳ । ବିଗତ ଦିନ ମାନଙ୍କରେ ରେଳ ଦୁର୍ଘଟଣା ଯେତେ ହେଉଥିଲା ବର୍ତ୍ତମାନ ସମୟରେ ଦୁର୍ଘଟଣା ବହୁ ମାତ୍ରାରେ କମିଛି । ଏପରିକି ଯାତ୍ରୀଙ୍କ ମୃତ୍ୟୁସଂଖ୍ୟା ମଧ୍ୟ କମିଛି। ଏହା କହିଛନ୍ତି ପୂର୍ବତନ ରେଳ ଅଧିକାରୀ ପିସି ମିଶ୍ର ।

ପିସି ମିଶ୍ର କହିଛନ୍ତି, "ରେଳ କର୍ମଚାରୀମାନେ ସଚେତନ ହେଲେ ଦୁର୍ଘଟଣାରୁ ବର୍ତ୍ତି ପାରିବ ଭାରତୀୟ ରେଳ । ବିଗତ ଦିନ ମାନଙ୍କରେ ରେଳ ଦୁର୍ଘଟଣା ଯେତେ ହେଉଥିଲା ତାହା ତୁଳନାରେ ବର୍ତ୍ତମାନ ସମୟରେ ଦୁର୍ଘଟଣା ବହୁ ମାତ୍ରାରେ କମିଛି । ଏପରିକି ଯାତ୍ରୀଙ୍କ ମୃତ୍ୟୁସଂଖ୍ୟା ମଧ୍ୟ କମିଛି। ବର୍ତ୍ତମାନ ସମୟରେ ଯେଉଁ ସବୁ ଟେକ୍ନୋଲୋଜି ବ୍ୟବହାର କରାଯାଉଛି ତାହା ଆଗାମୀ ଦିନ ମାନଙ୍କ ପାଇଁ ଭଲ, କିନ୍ତୁ ରେଳ ବିଭାଗରେ ଅଧିକରୁ ଅଧିକ ମ୍ୟାନପାୱାର ଆବଶ୍ୟକ । ୫୦ରୁ ୬୦ ପ୍ରତିଶତ ରେଳ କମର୍ଚାରିଙ୍କ ଦ୍ଵାରା ଭୁଲ ରହିଥାଏ। ଯଦି ରେଳ କର୍ମଚାରୀମାନେ ସୁରକ୍ଷା ପ୍ରତି ସଚତେନ ରହିବେ କିଛି ମାତ୍ରାରେ ରେଳ ଦୁର୍ଘଟଣା କମିବାର ସମ୍ଭାବନା ରହିଛି । ଆଗକୁ କେତେ ମାତ୍ରାରେ ଟେକ୍ନୋଲୋଜି କାର୍ଯ୍ୟ କରିବ ସେନେଇ ଏବେ ଠାରୁ କିଛି କହି ହେବନି ।"

ଅଧିକ ପଢନ୍ତୁ- AP train accident: ଉଦ୍ଧାରକାର୍ଯ୍ୟ ଶେଷ ହେବା ପରେ ଗଡିଲା ପ୍ରଥମ ଟ୍ରେନ, ଦେଖନ୍ତୁ ଆକାଶ ମାର୍ଗରୁ ଦୃଶ୍ୟ

ସୂଚନାଯୋଗ୍ୟ ଯେ, ବିଗତ ଦିନରେ ବହୁ ବଡ଼ ରେଳ ଦୁର୍ଘଟଣା ଘଟିଛି । ଯେଉଁଥିରେ ରହିଛି ଓଡ଼ିଶାର ବାଲେଶ୍ଵର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା । ସବୁଠାରୁ ବଡ କଥା ହେଉଛି ବାହାନଗା ଷ୍ଟେସନରେ ସିଗନାଲ ବ୍ୟବସ୍ଥାରେ ପୂର୍ବରୁ ତ୍ରୁଟି ରହିଥିଲା। ସିଗନାଲ ତ୍ରୁଟିକୁ ସୁଧାରିବା ବେଳେ ଏସଓପିକୁ ଅନୁସରଣ କରାଯାଇନଥିଲା । ତ୍ରୁଟି ରହିଥିବା ନେଇ ଷ୍ଟେସନ ମାଷ୍ଟର ଉପରିସ୍ଥ ଅଧିକାରୀଙ୍କୁ ଜଣାଇନଥିଲେ। କ୍ରସ୍‌ ଓଭର ଅପ୍‌ ଲୁପ୍‌ ଲାଇନକୁ ରହିଥିବାବେଳେ ସିଗ୍ନା‌ଲ ଗ୍ରୀନ ହୋଇଗଲା୍‌ । ସଂପୂର୍ଣ୍ଣ ମାନବୀୟ ଅବହେଳା ପାଇଁ ଏତେବଡ଼ ଦୁର୍ଘଟଣା ଘଟିଗଲା।

ସେହିପରି ଦୁଇ ଦିନ ତଳେ ପୂର୍ବତଟ ରେଲୱେ ଜୋନର ୱାଲ୍ଟିୟର ଡିଭିଜନର ଅଧୀନ ବିଜୟନଗର କୋଟ୍ଟାଭାଲାସା ରେଳ ବିଭାଗର ଆଲାମଣ୍ଡା-କଣ୍ଟାକାପଲ୍ଲୀ ମଧ୍ୟରେ ରେଳ ଦୁର୍ଘଟଣା ଘଟିଛି । ଏପରିକି ରେଳ ଧାରଣରେ ପଥର, ଇଟା ଓ ଲୁହା ରଡ ଥିବା ମଧ୍ୟ ନଜରକୁ ଆସିଛି । ରେଳ ଦୁର୍ଘଟଣାକୁ ନେଇ ଅନେକ ସମୟରେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଦେଶରେ ଅଧିକାଂଶ ଲୋକ ରେଳ ଉପରେ ନିର୍ଭର କରିଥାନ୍ତି। ଫଳରେ ରେଳବାଇର ସୁରକ୍ଷା ବର୍ତ୍ତମାନ ନିଶ୍ଚିତ ହୋଇପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details