ଓଡିଶା

odisha

ETV Bharat / state

+2 ବାଣିଜ୍ୟ-କଳା ପରୀକ୍ଷା ଫଳ ବିଳମ୍ବକୁ ନେଇ ଏବିଭିପିର ବୋର୍ଡ଼ ଅଫିସ ଘେରାଉ

ଯୁକ୍ତ ଦୁଇ ବାଣିଜ୍ୟ ଓ କଳା ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବକୁ ନେଇ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବୋର୍ଡ଼ ଅଫିସ ଘେରାଉ ହୋଇଛି ।

By

Published : Jun 19, 2019, 4:32 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଯୁକ୍ତ ଦୁଇ ବାଣିଜ୍ୟ ଓ କଳାର ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବକୁ ନେଇ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବୋର୍ଡ଼ ଅଫିସ ଘେରାଉ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ଯେଭଳି ନିର୍ଭୁଲ ପ୍ରକାଶିତ କରାଯାଇଛି, ସେଭଳି ଭାବରେ ଯୁକ୍ତ ଦୁଇ ବାଣିଜ୍ୟ ଓ କଳାର ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ କହିଛନ୍ତି । ତେବେ ରେଜଲ୍ଟ ଏହି ସପ୍ତାହ ମଧ୍ୟରେ ପ୍ରକାଶ ପାଇବ ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଅନ୍ୟପଟେ କେତେକ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଆବେଦନ ସୀମା ପାଖେଇ ଆସୁଥିବା ବେଳେ ଏଭଳି ରେଜଲ୍ଟ ବିଲମ୍ବ ହେଲେ ଛାତ୍ରଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପ୍ରକାଶ କରିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details