ଖୋର୍ଦ୍ଧା: କୁହାଯାଏ ଦୁଇ ଯାଆ ଦୁଇ ଭଉଣୀ । ହେଲେ ସାମାନ୍ୟ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ଯା’କୁ ହତ୍ୟା କଲା ଯା’ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କୋଳ ଗାଁରେ । ସେହି ଗାଁର ସଞ୍ଜୁ ପେଣ୍ଠେଇ ସହ ତାର ଯା ସରୋଜିନୀଙ୍କର ଗତ କିଛିଦିନ ଧରି ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । କିନ୍ତୁ ମଙ୍ଗଳବାର ସନ୍ଧ୍ୟାରେ ସଞ୍ଜୁ ରୋଷେଇ କଲାବେଳେ ଶାବଳ ଯୋଗେ ସରୋଜିନୀ ତାକୁ ଆକ୍ରମଣ କରି ଗୁରୁତର କରିଥିଲା । ଫଳରେ ଗୁରୁତର ଅବସ୍ଥାରେ ସଞ୍ଜୁଙ୍କୁ ମେଡିକାଲ ନେଲାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ସାନ ଯା’ ଜୀବନ ନେଲା ବଡ଼ ଯା’ - ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଯା’କୁ ହତ୍ୟା
ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କୋଳ ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ସାନ ଯା’କୁ ହତ୍ୟା କଲା ବଡ଼ ଯା’ । ଅଧିକ ପଢନ୍ତୁ...
ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ସାନ ଯା’କୁ ହତ୍ୟା କଲା ବଡ଼ ଯା’
ଏହି ଘଟଣାରେ ଉତ୍ୟକ୍ତ ହୋଇ ଗାଁ ଲୋକ ଯା ସରୋଜିନୀ ଏବଂ ଦେଢଶୁର ତରେଶ୍ବର ପେଣ୍ଠେଇକୁ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ଶେଷରେ ଜଙ୍କିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ