ଓଡିଶା

odisha

ETV Bharat / state

ଖୋର୍ଦ୍ଧାରେ କାୟା ମେଲୁଛି ବ୍ରାଉନସୁଗାର ବେପାର, ଜବତ ହେଲାଣି କୋଟି କୋଟି ମୂଲ୍ୟର ଧଳାଜହର - browen sugar seized

ଖୋର୍ଦ୍ଧା ସହରରେ ଦିନକୁ ଦିନ ବଢିବାରେ ଲାଗିଛି ଧଳା ଜହର କାରବାର । ପ୍ରତ୍ୟେକ ଦିନ ଜବତ ହେଉଛି ବିପୁଳ ପରିମାଣର ବ୍ରାଉନ ସୁଗାର । ଅଧିକ ପଢନ୍ତୁ...

ଚଳିତବର୍ଷ ଖୋର୍ଦ୍ଧାରୁ ମୋଟ ୪ କୋଟି ୯ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନ ସୁଗାର ଜବତ
ଚଳିତବର୍ଷ ଖୋର୍ଦ୍ଧାରୁ ମୋଟ ୪ କୋଟି ୯ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନ ସୁଗାର ଜବତ

By

Published : Dec 16, 2020, 1:49 PM IST

ଖୋର୍ଦ୍ଧା: ସହରରେ ଦିନକୁ ଦିନ ବ୍ରାଉନସୁଗାର କାରବାର ବଢିବାରେ ଲାଗିଛି। ଏଥିରେ ଯୁବପିଢି ସାମିଲ ହେଉଛନ୍ତି । ବାଲେଶ୍ବରର ଜଳେଶ୍ବରରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଧଳାଜହର କାରବାର ଚେର ଲମ୍ବିଛି । ଏଠାରୁ ବିଭିନ୍ନ ସ୍ଥାନକୁ ବ୍ରାଉନସୁଗାର ପଠାଯାଉଛି। ଖୋର୍ଦ୍ଧା ଅଞ୍ଚଳରେ ଏହି କାରବାରର ମାଷ୍ଟରମାଇଣ୍ଡ ଛୋଟା ଓରଫ ଶୁଭ୍ରାଂଶୁ ପରିଡାଙ୍କୁ କମିଶନରେଟ ପୋଲିସ ଗିରଫ କରିବା ପରେ ଜିଲ୍ଲା ପୋଲିସ ଅଧିକ ସକ୍ରିୟ ହୋଇଉଠିଛି।

ଚଳିତବର୍ଷ ଖୋର୍ଦ୍ଧାରୁ ମୋଟ ୪ କୋଟି ୯ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନ ସୁଗାର ଜବତ

ଆଦର୍ଶ ଥାନା ପକ୍ଷରୁ ଆଣ୍ଟି ବ୍ରାଉନସୁଗାର ଟିମ ଗଠନ ସହ ବିଭିନ୍ନ ସ୍ଥାନରେ ଚଢାର କରାଯାଇଥିଲା । ସେହିଭଳି ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ମୋଟ ୪ କେଜି ୩୧୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ଯାହାର ଆନୁମାନିକ ବଜାର ମୂଲ୍ୟ ୪ କୋଟି ୯ ଲକ୍ଷ ୧୯ ହଜାର ଟଙ୍କା ହେବ। ଏହି କାରବାରରେ ସମ୍ପୃକ୍ତି ଅଭିଯୋଗରେ ୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ସେମାନଙ୍କ ଠାରୁ ୯ ଲକ୍ଷ ୭୯ ହଜାର ୧୦୦ ଟଙ୍କା ଜବତ କରାଯାଇଥିବା ଏସପି ଅଜେୟ ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details