ଓଡିଶା

odisha

ETV Bharat / state

ବଢୁଛି ବିଶ୍ବବିଦ୍ୟାଳୟ ସଂଖ୍ୟା, ନାହାନ୍ତି ଅଧ୍ୟାପକ ଓ ଅଣଶିକ୍ଷା କର୍ମଚାରୀ - students

ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ଉଭୟ ଅଧ୍ୟାପକ ଓ ଅଣଶିକ୍ଷା କର୍ମଚାରୀଙ୍କ ପଦବୀ ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, ଭୁବନେଶ୍ବର

By

Published : Jul 8, 2019, 8:57 PM IST


ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଓ ଅଣଶିକ୍ଷା କର୍ମଚାରୀଙ୍କ ପଦବୀ ଖାଲି ପଡିଛି । ବର୍ଷବର୍ଷ ଧରି ପଦବୀ ପୂରଣ ପାଇଁ ମିଳୁଛି କେବଳ ଆଶ୍ବାସନା । ଯାହାଦ୍ବାରା ପାଠପଢା ଓ ଗବେଷଣା ବାଧାପ୍ରାପ୍ତ ହେବା ସହ କ୍ୟାମ୍ପସରେ ବଢୁଛି ବିଶୃଙ୍ଖଳା । ଗୋଟିଏ ପଟେ ସରକାର ଶିକ୍ଷାର ଗୁଣାତ୍ମକ ମାନ ବିକାଶ କରିବା ପାଇଁ ଅନେକ ଗାଇଡ ଲାଇନ ଜାରି କରିବାରେ ବ୍ୟସ୍ତ ଥିବାବେଳେ ପ୍ରାୟ ସମସ୍ତ ବିଶ୍ବବିଦ୍ୟାଳରେ ଖାଲି ପଡିଛି ପଦବୀ ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, ଭୁବନେଶ୍ବର


ଉତ୍କଳ ବିଶ୍ବବିଦ୍ୟାଳୟରେ 257ଜଣ ଆବଶ୍ୟକତା ରହିଥିବାବେଳେ ଏବେ ସେଠାରେ ଅଛନ୍ତି 158ଜଣ ପ୍ରଫେସର । ସେପଟେ ହଜାର ମଞ୍ଜୁରପ୍ରାପ୍ତ ଅଣଶିକ୍ଷା ପଦବୀ ମଧ୍ୟରୁ 543 ପଦବୀ ଏବେ ଯାଏଁ ପଡିଛି ଖାଲି । ଏ ତ ଥିଲା ଉତ୍କଳ ବିଶ୍ବବିଦ୍ୟାଳୟ କଥା । ଚାଲନ୍ତୁ ଜାଣିବା ରାଜ୍ୟର 7ଟି ବିଶ୍ବବିଦ୍ୟାଳୟର ପରିସ୍ଥିତି । ମୋଟ 426ଟି ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ମୋଟ ଅଣଶିକ୍ଷା ପଦବୀ 1500ରୁ 1186ଟି ପଦବୀ ପଡିଛି ଖାଲି ।


ତେବେ ସରକାର ଗୁଣାତ୍ମକ ବିକାଶର ଡିଣ୍ଡିମ ପିଟି ବିଶ୍ବବିଦ୍ୟାଳୟ ସଂଖ୍ୟା ତ ବଢାଉଛନ୍ତି କିନ୍ତୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତ କରାଉନାହାଁନ୍ତି । ଠିକା ଅଧ୍ୟାପକଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଉଛି ଯଦ୍ବାରା ଅଧ୍ୟାପନା ଗୁରୁତର ଭାବରେ ବ୍ୟାହତ ହେଉଛି । ଖାଲି ସେତିକି ନୁହେଁ ଆବଶ୍ୟକ ମାତ୍ରାରେ ଅଣଶିକ୍ଷା କର୍ମଚାରୀ ନଥିବାରୁ ପ୍ରାୟ ସବୁ ବିଶ୍ବବିଦ୍ୟାଳୟରେ ଲାଗି ରହୁଛି ପ୍ରଶାସନିକ ବିଶୃଙ୍ଖଳା ।

ସେପଟେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ଏଥିଲାଗି ଏପର୍ଯ୍ୟନ୍ତ କୌଣସି ଅଧ୍ୟାପକ କିମ୍ବା ଅଣଶିକ୍ଷା ପଦବୀ ମଞ୍ଜୁର କରାଯାଇନାହିଁ ।

ଯାହାକୁ ନେଇ ଶିକ୍ଷାବିତ ଓ ଛାତ୍ର ବ୍ୟାପକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖୁବଶୀଘ୍ର ସମସ୍ତ ଭିସି ମାନଙ୍କ ସହ ବିସ୍ତାର ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ସଚିବ ।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details