ଓଡିଶା

odisha

ETV Bharat / state

ଡିଜିଟାଲ ଟେକ୍ନୋଲୋଜିରେ ଅଗ୍ରଣୀ ହେବ ଓଡିଶା, ସୃଷ୍ଟି ହେଉଛି ନୂଆ ପ୍ଲାଟଫର୍ମ

ଡିଜିଟାଲ ଟ୍ରାନ୍ସଫରମେସନରେ ଏମର୍ଜିଂ ଟେକ୍ନୋଲୋଜିର ବିଷୟବସ୍ତୁ ଉପରେ ଦିନିକିଆ ଆଇଟି କର୍ମଶାଳା ଅନୁଷ୍ଠିତ । ଅଧିକ ପଢ଼ନ୍ତୁ

technology in bhubaneswar
technology in bhubaneswar

By

Published : May 28, 2023, 10:02 AM IST


ଭୁବନେଶ୍ବର: ଡିଜିଟାଲ ଟ୍ରାନ୍ସଫରମେସନରେ ଏମର୍ଜିଂ ଟେକ୍ନୋଲୋଜିର ବିଷୟ ବସ୍ତୁ ଉପରେ ଆୟୋଜିତ ହୋଇଥିଲା ଦିନିକିଆ କର୍ମଶାଳା । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଜ୍ଞାନର ଆଦାନପ୍ରଦାନ, ନେଟୱାର୍କିଂ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନୂତନତମ ଧାରାକୁ ଜାଗ୍ରତ କରିବା । ଉଦ୍ଭାବନ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବା । ଦ୍ରୁତ ଗତିରେ ବିକାଶ ହେଉଥିବା ଆଇଟି ସେକ୍ଟର । ଯାହା ଫଳରେ ଆଇଟି ଶିଳ୍ପରେ ଅଭିବୃଦ୍ଧି ଏବଂ ବିକାଶ ପାଇଁ ଏକ ପ୍ରେରଣା ଭାବରେ କାର୍ଯ୍ୟ କରିବ ।

ଏହି କର୍ମଶାଳା ବିଭିନ୍ନ ପୃଷ୍ଠଭୂମିରୁ ବିଶେଷଜ୍ଞ ବ୍ୟବସାୟୀ ଏବଂ ପ୍ରଫେସନାଲମାନଙ୍କୁ ଏକତ୍ର କରିଛି । ସହଭାଗିତା ଏବଂ ଜ୍ଞାନ ବିନିମୟ ପାଇଁ ସହଯୋଗ ଏବଂ ନେଟୱାର୍କିଂ ସୁଯୋଗ ପାଇଁ ଏହା ଏକ ଉପଯୁକ୍ତ ପ୍ଲାଟଫର୍ମ ଯୋଗାଇ ଦିଆଯାଇଛି । ଏହି ଆଇଟି କର୍ମଶାଳାରେ ବିଭିନ୍ନ ସମ୍ବନ୍ଧୀୟ କ୍ଷେତ୍ରରୁ 100ରୁ ଅଧିକ ଅଂଶଗ୍ରହଣକାରୀ କର୍ମଶାଳାରେ ଯୋଗ ଦେଇଥିଲେ ।

ଏହି କର୍ମଶାଳାକୁ ନେଇ ପୂର୍ବତନ ନିର୍ଦ୍ଦେଶକ ଏନ୍ ଆଇ ସି ଡ ରବି ନାରାୟଣ ବେହେରା କହିଛନ୍ତି, ‘‘ରାଜ୍ୟରେ ଆଇଟି କ୍ଷେତ୍ରରେ ବଢ଼ାଇବାକୁ ସରକାର ଅନେକ ପଦକ୍ଷେପ ନିଆଯାଉଛି । ଖୁବ୍ ଶୀଘ୍ର ରାଜ୍ୟରେ ଆଇଟି କ୍ଷେତ୍ରରେ ଆଗକୁ ବଢିବ । ଯେତିକି ମାତ୍ରାରେ ଆଇଟିରେ ଆଗକୁ ବଢିବା କଥା ଏପର୍ଯ୍ୟନ୍ତ ବଢି ନାହିଁ କିନ୍ତୁ ଆଗକୁ ରାଜ୍ୟ ଆଇଟି କ୍ଷେତ୍ରରେ ଅଗ୍ରଣୀ ହେବ । ଉପାନ୍ତ ଅଞ୍ଚଳରେ ନେଟ ୱାର୍କ ଏବଂ ବିଭିନ୍ନ ଡିଜିଟାଲ କ୍ଷେତ୍ରରେ ବଢ଼ାଇବାକୁ ହେଲେ ରାଜ୍ୟ ସରକାରଙ୍କୁ ଆହୁରି କିଛି ପରିବର୍ତ୍ତନ କରିବାକୁ ପଡ଼ିବ । ଯାହା ଫଳରେ ଆଗାମୀ ପିଢ଼ି ମାନେ ନୁଆ ଟେକ୍ନୋଲୋଜି ଏବଂ ଡିଜିଟାଲକୁ ଆପଣାଇ ପାରିବେ । ତେବେ ଏନେଇ ଅଧିକରୁ ଅଧିକା ସଚେତନତା ଆବଶ୍ୟକ।’’

ସୂଚନା ଅନୁଯାୟୀ, ବିଗତ 4 ବର୍ଷ ମଧ୍ୟରେ ରାଜ୍ୟ ଆଇଟି ବଜେଟ 2018-19ରେ 125 କୋଟିରୁ ବୃଦ୍ଧି ପାଇ 2022-23ରେ 1000 କୋଟିରେ ପହଞ୍ଚିଛି । ଏହା ଦ୍ବାରା ନୂତନ ନିଯୁକ୍ତି ସୃଷ୍ଟି ହୋଇପାରିଛି । ଅଧିକ ନିଯୁକ୍ତି ସୃଷ୍ଟିର ସମ୍ଭାବନା ତଥା ସରକାରୀ ସେବା ସେବାକୁ ସରଳୀକରଣ କରି ସହଜରେ ଲୋକମାନଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଚଳିତବର୍ଷ ଇଲେକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବଜେଟକୁ 356 କୋଟିକୁ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଡାଟାର ନିର୍ଭର ଯୋଗ୍ୟତା ଏବଂ ସୁଲଭତା ପାଇଁ ପୁରୀ ଠାରେ ସମୁଦ୍ର ଭିତରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ପ୍ରତିଷ୍ଠାର ଯୋଜନା କରଯାଇଛି । ଏହି ଲ୍ୟାଣ୍ଡିଂ ଷ୍ଟେସନର ପ୍ରତିଷ୍ଠା ଡାଟା ସେଣ୍ଟର, ଚିତ୍ତବିନୋଦନ, ଦୂରସଂଚାର ଏବଂ ଫିନଟେକର ବଜାରକୁ ସଶକ୍ତ କରିବ । ତେଣୁ ଓଡିଶା ଆଗାମୀ ଦିନରେ ପୂର୍ବ, କେନ୍ଦ୍ରୀୟ ଏବଂ ଉତ୍ତରପୂର୍ବ ଭାରତ ପାଇଁ ଡିଜିଟାଲ ହବ ଭାବେ ଉଭା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details