ଓଡିଶା

odisha

By

Published : Jan 13, 2022, 4:06 PM IST

ETV Bharat / state

ଘଉଡ଼ାଇବାବେଳେ ଆକ୍ରମଣ କଲା ଦନ୍ତା, ଫରେଷ୍ଟର ଗୁରୁତର

ରଣପୁର ରେଞ୍ଜ୍ ଶଙ୍ଖଯୋଡ଼ି ସେକ୍‌ସନ୍‌ରେ ଦନ୍ତା ଆକ୍ରମଣରେ ଜଣେ ଫରେଷ୍ଟର ଗୁରୁତର ଭାବରେ ଆହତ ହୋଇଛନ୍ତି । ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢ଼ନ୍ତୁ

a forester attacked by an elephant in ranpur range of khordha
ଘଉଡ଼ାଇବା ବେଳେ ଆକ୍ରମଣ କଲା ଦନ୍ତା, ଫରେଷ୍ଟର ଗୁରୁତର

ଖୋର୍ଦ୍ଧା:ରଣପୁର ରେଞ୍ଜ୍ ଶଙ୍ଖଯୋଡ଼ି ସେକ୍‌ସନ୍‌ରେ ଦନ୍ତା ଆକ୍ରମଣରେ ଜଣେ ଫରେଷ୍ଟର ଗୁରୁତର ଭାବରେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

ସୌରି କୁମାର ପାତ୍ର ଖୋର୍ଦ୍ଧା ଡିଭିଜନ୍ ରଣପୁର ରେଞ୍ଜ୍ ଶଙ୍ଖଯୋଡ଼ି ସେକ୍‌ସନ୍‌ରେ ଫରେଷ୍ଟ ଅଧିକାରୀ ଭାବରେ ଦାୟିତ୍ବ ତୁଲାଉଛନ୍ତି । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଟାଙ୍ଗୀ ରେଞ୍ଜ୍ ଉଦୁଗିରି ଜଙ୍ଗଲରୁ ଗୋଟିଏ ଗୋଠ ଛଡ଼ା ଦନ୍ତା ଉଦୁଗିରି ଜଙ୍ଗଲରୁ ବାହାରି ଟାଙ୍ଗୀ ନିକଟସ୍ଥ ରଣପୁର ରେଞ୍ଜ୍ ଉପେନ୍ଦ୍ରପୁର ଗ୍ରାମ ନିକଟକୁ ଚାଲି ଆସିଥିଲା । ଖବର ପାଇ ବନ କର୍ମଚାରୀମାନେ ପହଞ୍ଚି ଦନ୍ତାକୁ ଘଉଡ଼ାଇବାବେଳେ ଦନ୍ତା ଅତର୍କିତ ଭାବେ ଆକ୍ରମଣ କରିଥିଲା ।

ଫରେଷ୍ଟ ଅଧିକାରୀ ଜଣଙ୍କ ଏକୁଟିଆ ପଡ଼ିଯିବାରୁ ତାଙ୍କୁ ଦନ୍ତା ଆକ୍ରମଣ କରିଥିଲା । ଦନ୍ତାଟି ଫରେଷ୍ଟର ସୌରି ପାତ୍ରଙ୍କ ଛାତି ଉପରେ ଖୋଜ ପକାଇଥିବା ଜଣାପଡ଼ିଛି । ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ୍ ଅଧିକାରୀ ଚୁଡ଼ାରାଣୀ ମୂର୍ମୁ ସଦଳେ ବଳେ ପହଞ୍ଚି ସୌରି ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କର ଛାତି ହାଡ଼ ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି । ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରକୁ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details