ଓଡିଶା

odisha

ETV Bharat / state

ଜନ୍ମଦିନ ପାଳିଲା ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ପ୍ରୟାସ - ଓଡ଼ିଶା ରାଜ୍ୟ ସଂଗ୍ରହାଳୟର 90ତମ ପୂର୍ତ୍ତି ଉତ୍ସବ

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର 90ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ । ଜନ୍ମଦିନ ଅବସରରେ ସଂଗ୍ରହାଳୟର 10 ହଜାରରୁ ଊର୍ଦ୍ଧ୍ବ ଦର୍ଶକ ବୁଲିଲେ । ଅଧିକ ପଢ଼ନ୍ତୁ

odisha state museum
ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

By

Published : Dec 30, 2022, 7:34 AM IST

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ ୯୦ ବର୍ଷ ପୁରିଛି । ଏହି ଅବସରରେ ସଂଗ୍ରହାଳୟରେ ୯୦ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ ଉଦଘାଟନ କରିଛନ୍ତି । ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ କିପରି ଭାବରେ ବିଶ୍ଵସ୍ତରୀୟ ସଂଗ୍ରହାଳୟରେ ପରିଣତ କରାଯାଇପାରିବ, ସେ ସମ୍ବନ୍ଧରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଲୋକପାତ କରିଛନ୍ତି ।

ଜନ୍ମଦିନ ପାଳିଲା ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ପ୍ରୟାସ

ଏହା ମଧ୍ୟ ପଢ଼ନ୍ତୁ:Russian Tourists Death: ଉଲ୍ଲଂଘନ ହୋଇଛି କି SOP ? ପୂର୍ବରୁ ଅପହରଣ ହୋଇଥିଲେ ବିଦେଶୀ ପର୍ଯ୍ୟଟକ

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାତୀୟ ସ୍ମାରକୀ ପ୍ରାଧିକରଣର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା ଯୋଗଦାନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ଯୋଗ ଦେଇ ରାଜ୍ୟ ସଂଗ୍ରହାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଭାଗ୍ୟଲିପି ମଲ୍ଲ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:Heeraben Modi passes away: ୧୦୦ ବର୍ଷ ବୟସରେ ମୋଦିଙ୍କ ମାଆଙ୍କ ପରଲୋକ

ଜନ୍ମଦିନ ପାଳିଲା ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ପ୍ରୟାସ

ଏହି ଉପଲକ୍ଷେ ସଂଗ୍ରହାଳୟରେ ଟେରାକୋଟା ପ୍ରଦର୍ଶନୀ "ସଂସ୍କୃତି ଯାତ୍ରା" ଉଦଘାଟିତ ହୋଇଛି । ବରିଷ୍ଠ ନାଗରିକ ବିଶ୍ରାମ କକ୍ଷ ଲୋକାର୍ପିତ ହୋଇଛି । ଆହୁରି ମଧ୍ୟ ଓଡିଶା ଐତିହ୍ୟ ଜର୍ଣ୍ଣାଲ ଓ ପ୍ରତ୍ନତତ୍ତ୍ୱ କାଟଲଗ ଏବଂ ପାଇକ ବିଦ୍ରୋହର ଇଂରାଜୀ ଭାଷାନ୍ତର ଉନ୍ମୋଚିତ ହୋଇଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମର ପୁରାତନ ନାଟକ "ପ୍ରହଲ୍ଲାଦ" ପରିବେଷିତ ହୋଇଛି । 10 ଜଣ ଜାତୀୟ ସ୍ତରର ଚିତ୍ରଶିଳ୍ପୀଙ୍କୁ ନେଇ ଏକ ଚିତ୍ରକଳା ଶିବିର ଆୟୋଜିତ ହୋଇଛି । 90 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସଂଗ୍ରହାଳୟକୁ ପ୍ରବେଶ ଦେୟମୁକ୍ତ ଥିବାରୁ ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ଵ ଦର୍ଶକ ପରିଭ୍ରମଣ କରି ବିଭିନ୍ନ ଗ୍ୟାଲେରୀ ବୁଲି ଦେଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details