ଓଡିଶା

odisha

ETV Bharat / state

ବିଦ୍ୟୁତ ବିଭାଗର ଚରମ ଅବହେଳା, ଖେଳୁୃଥିବାବେଳେ ଖୁଣ୍ଟ ପଡି ୪ ବର୍ଷର ଶିଶୁ ମୃତ - ବିଦ୍ୟୁତ ଖୁଣ୍ଟ

ଗାଁ ଦାଣ୍ଡରେ ଖେଳୁଥିବା ଅବସ୍ଥାରେ ପଡିଲା ବିଦ୍ୟୁତ ଖୁଣ୍ଟ । 4ବର୍ଷର ଶିଶୁ ମୃତ । ଅଧିକ ପଢନ୍ତୁ...

ବିଦ୍ୟୁତ ଖୁଣ୍ଟ ପଡି ୪ବର୍ଷର ଶିଶୁ ମୃତ
ବିଦ୍ୟୁତ ଖୁଣ୍ଟ ପଡି ୪ବର୍ଷର ଶିଶୁ ମୃତ

By

Published : Aug 24, 2021, 2:40 PM IST

ଖୋର୍ଦ୍ଧା: ବିଦ୍ୟୁତ ବିଭାଗର ଚରମ ଅବହେଳା କାରଣରୁ ଚାଲିଗଲା ନିରୀହ ଜୀବନ । ଗାଁ ଦାଣ୍ଡରେ ଖେଳୁଥିବା ଅବସ୍ଥାରେ ଉପରେ ପଡିଲା ବିଦ୍ୟୁତ ଖୁଣ୍ଟ । ଚାଲିଗଲା ଗୋଟିଏ ନିଷ୍ପାପ ଶିଶୁର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବେଗୁନିଆ ଥାନା ଅନ୍ତର୍ଗତ କେନ୍ଦୁପଲି ଗ୍ରାମରେ ।

ବିଦ୍ୟୁତ ଖୁଣ୍ଟ ପଡି ୪ବର୍ଷର ଶିଶୁ ମୃତ

ସୂଚନା ଅନୁଯାୟୀ ତିନିଦିନ ତଳେ ବାଘମାରି ବିଦ୍ୟୁତ ସେକ୍ସନ ପକ୍ଷରୁ ନୂତନ ବିଦ୍ୟୁତ ଖୁଣ୍ଟ ପୋତା ଯାଇଥିଲା କିନ୍ତୁ ସେଥିରେ କୌଣସି ଢଳେଇ ନକରି ଚାଲିଯାଇଥିଲେ ବିଦ୍ୟୁତ କର୍ମଚାରୀ । ସେହିପରି ଖୁଣ୍ଟ ପୋତିବା ବେଳେ ଗ୍ରାମରେ ଯାଇଥିବା ପାଣି ପାଇପ ଫାଟି ଯାଇ ପାଣି ବାହାରିଥିଲା ଯାହା ଫଳରେ ଖୁଣ୍ଟଟି ଦବିଯାଇ ଆଜି ସକାଳୁ ଖେଳୁଥିବା ଅବସ୍ଥାରେ ମନୋରଞ୍ଜନ ବେହେରାଙ୍କ 4ବର୍ଷର ପୁଅ ସାଇ ରଞ୍ଜନ ବେହେରାଙ୍କ ଉପରେ ପଡିଯାଇଥିଲା ।

ଏହା ପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ଗୋଟିଏ ନିଷ୍ପାପ ଜୀବନ ଚାଲିଯାଇଥିବା ଗ୍ରମବାସୀ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details