ଓଡିଶା

odisha

ETV Bharat / state

ଟାଙ୍ଗିଆପଡା ପଞ୍ଚାୟତ ଉଇଲକିଶନ ନଗର 72 ଘଣ୍ଟା ସଟଡାଉନ

ସ୍ଥାନୀୟ ଟାଙ୍ଗିଆପଡା ପଞ୍ଚାୟତ ଉଇଲକିଶନ ନଗରରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ କଲ୍ୟାଣୀ ଦଳାଇ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ରବିବାରଠାରୁ ସମ୍ପୃକ୍ତ ଅଞ୍ଚଳରେ 72 ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି ।

khurdha latest news, shut down in khurdha tangipada panchayat, uel nagar shut down in tangiapada panchayat, sarapanch used power of collector in klkhurdha,  ଖୋର୍ଦ୍ଧା ଲାଟେଷ୍ଟ ନ୍ୟୁଜ୍‌, ଖୋର୍ଦ୍ଧା ଟାଙ୍ଗିଆପଡା ପଞ୍ଚାୟତରେ ସଟଡାଉନ, ଟାଙ୍ଗିଆପଡା ପଞ୍ଚାୟତ ଉଇଲ ନଗର ସଟଡାଉନ, ଖୋର୍ଦ୍ଧାରେ ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା ପ୍ରୟୋଗ
ଟାଙ୍ଗିଆପଡା ପଞ୍ଚାୟତ ଉଇଲ ନଗରରେ 72 ଘଣ୍ଟା ସଟଡାଉନ

By

Published : Jul 19, 2020, 5:10 PM IST

ଖୋର୍ଦ୍ଧା: ସ୍ଥାନୀୟ ଟାଙ୍ଗିଆପଡା ପଞ୍ଚାୟତ ଉଇଲକିଶନ ନଗରରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଭୟର ବାତାବରଣ । ଏମିତିରେ ସ୍ଥାଲନୀୟ ଅଞ୍ଚଳବାସୀଙ୍କ ସୁରକ୍ଷାକୁ ନଜରରେ ରଖି ସରପଞ୍ଚ କଲ୍ୟାଣୀ ଦଳାଇ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ରବିବାରଠାରୁ ସମ୍ପୃକ୍ତ ଅଞ୍ଚଳରେ 72 ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି ।

ଟାଙ୍ଗିଆପଡା ପଞ୍ଚାୟତ ଉଇଲ ନଗରରେ 72 ଘଣ୍ଟା ସଟଡାଉନ

ସରପଞ୍ଚଙ୍କ ଘୋଷଣା ଅନୁଯାୟୀ ଏହି ସଟଡାଉନ ସମୟରେ ଏହି ଅଞ୍ଚଳରୁ କେହି ଗ୍ରାମବାସୀ ବାହାରକୁ ଯାଇ ପାରିବେ ନାହିଁ । ସେପଟେ ବାହାରୁ କୌଣସି ଲୋକ ଏହି ସମୟରେ ଗାଁରେ ପ୍ରବେଶ କରିପାରିବେ ନାହିଁ । ସମସ୍ତ ଦୋକାନ ବଜାର ଇତି ମଧ୍ୟରେ ବନ୍ଦ ରହିବ ଓ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବା ନେଇ ମଧ୍ୟ ନିର୍ଦ୍ଦେଶ ରହିଥିବା ଜଣା ପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details