ଓଡିଶା

odisha

ETV Bharat / state

ନ୍ୟାୟ ପାଇଁ ପ୍ରେମିକ ଦୁଆରେ 7 ମାସର ଗର୍ଭବତୀ ନାବାଳିକା

ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଓ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ଆତ୍ମଗୋପନ କରିଛି ଧୋକାବାଜ ପ୍ରେମିକ । ବର୍ତ୍ତମାନ 7 ମାସର ଗର୍ଭବତୀ ନାବାଳିକା ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେବା ସହ ପ୍ରେମିକ ଦୁଆରେ ପତ୍ନୀର ହକ୍ ମାଗୁଛି । ଅଧିକ ପଢନ୍ତୁ...

ନ୍ୟାୟ ପାଇଁ ପ୍ରେମିକ ଦୁଆରେ 7 ମାସର ଗର୍ଭବତୀ ନାବାଳିକା
ନ୍ୟାୟ ପାଇଁ ପ୍ରେମିକ ଦୁଆରେ 7 ମାସର ଗର୍ଭବତୀ ନାବାଳିକା

By

Published : Oct 1, 2020, 5:40 PM IST

ଖୋର୍ଦ୍ଧା: ପ୍ରଥମେ ପ୍ରେମ, ପରେ ପ୍ରତାରଣା । ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଓ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ଆତ୍ମଗୋପନ କରିଛି ଧୋକାବାଜ ପ୍ରେମିକ । ବର୍ତ୍ତମାନ 7 ମାସର ଗର୍ଭବତୀ ନାବାଳିକା ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେବା ସହ ପ୍ରେମିକ ଦୁଆରେ ମାଗୁଛି ପତ୍ନୀର ହକ୍ । ଏମିତି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଧୀନସ୍ଥ ସୋରଣ ମାନସିଂହପୁର ଗାଁରେ ।

ସୂଚନାନୁଯାୟୀ, ସୋରଣ ମାନସିଂହପୁର ଗ୍ରାମର କୁଞ୍ଜିଆ ବେହେରାଙ୍କ ପୁଅ ରତନ ବେହେରାର ସେହି ଗ୍ରାମର ଜୈନିକା ନାବାଳିକା ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏପରିକି ବିବାହର ପ୍ରତିଶ୍ରୁତି ଦେଇ ତା' ସହ ଶାରିରୀକ ସମ୍ପର୍କ ରଖିଥିଲା ରତନ । ଇତିମଧ୍ୟରେ ନାବାଳିକା ପ୍ରେମିକା 7 ମାସର ଗର୍ଭବତୀ ହୋଇଛି । ଘଟଣା ଜଣାପଡିବା ପରେ ପ୍ରେମିକ ଫେରାର ହୋଇଯାଇଛି । ପୀଡ଼ିତା ପରିବାର ଘଟଣା ସମ୍ପର୍କରେ ଟାଙ୍ଗି ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରୁଛନ୍ତି । ଅନ୍ୟପଟେ ନିଜ ହକ୍ ପାଇଁ ପୀଡିତା ଜଣକ ପ୍ରେମିକ ଦୁଆର ଆଗରେ ଧାରଣାରେ ବସିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details