ଓଡିଶା

odisha

ETV Bharat / state

ଦିନକ ପରେ ଯୁକ୍ତ ଦୁଇ ପରୀକ୍ଷା; ଆନ୍ଦୋଳନରେ ଅଧ୍ୟାପକ, ଏକ୍ସଜାମ୍ ପରିଚାଳନା ନେଇ ଚିନ୍ତା

4 ଦଫା ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ 662 କଲେଜ ଶିକ୍ଷକ ସଂଘ। ଆସନ୍ତା 1 ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଥିବା ବେଳେ ଅଧ୍ୟାପକମାନେ ଆମରଣ ଅନଶନରେ ରହିବେ । ଅଧିକ ପଢନ୍ତୁ

662 non government college union  protest
662 non government college union protest

By

Published : Feb 27, 2023, 8:24 PM IST

662 non government college union protest

ଭୁବନେଶ୍ବର: ପୁଣି ଆନ୍ଦୋଳନକୁ ଓହ୍ଲାଇଲେ 662 କଲେଜ ଶିକ୍ଷକ ସଂଘ । 4 ଦଫା ଦାବିରେ ଦୀର୍ଘ 15 ଦିନ ହେଲାଣି ଲୋୟର ପିଏମଜି ଠାରେ ଅଧ୍ୟାପକମାନେ ଧାରଣାରେ ବସିଛନ୍ତି । ହେଲେ ଆସନ୍ତା 1 ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଥିବା ବେଳେ ଅଧ୍ୟାପକମାନେ ଆମରଣ ଅନଶନରେ ରହିବେ । ଏଥିସହ ଯୁକ୍ତ ଦୁଇ ପରୀକ୍ଷା ଥିବାରୁ ପରୀକ୍ଷା ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏଭଳି ପରିସ୍ଥିତିରେ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା କିପରି ହେବ, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ପ୍ରାୟ 2 ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପରିଚାଳନାରେ ସହଯୋଗ କରିଥାନ୍ତି 662 କଲେଜ ଅଧ୍ୟାପକ। ତେବେ ଦୀର୍ଘ 15 ଦିନ ହେଲା ଅଧ୍ୟାପକଙ୍କ ଆନ୍ଦୋଳନ ହେଲାଣି କିନ୍ତୁ ସରକାର ଆଲୋଚନା ପାଇଁ ଡାକି ନାହାନ୍ତି। ଯାହା ଫଳରେ ଅଧ୍ୟାପକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଦୁଇଟି ମହାସମାବେଶ ପରେ ବି ସରକାର 662 କଲେଜ ଅଧ୍ୟାପକଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ଆଜି ପାଖାପାଖି 2 ହଜାର ଅଧ୍ୟାପକ ମାନେ ଧାରଣା ଦେଇଛନ୍ତି। ତେବେ ଦାବି ମୁତାବକ ସମାନ ଗ୍ରେଡ-ପେ’ କୁ ସମାନ ଦରମା। ସମସ୍ତ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ଦେବା ଓ ପେନସନ୍ ପରିସରଭୁକ୍ତ କରିବା। ଅନୁଦାନରୁ ବାଦ୍ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଭଳି ୪ ଦଫା ଦାବି ନେଇ ଆନ୍ଦୋଳନ ଓହ୍ଲାଇଛନ୍ତି 662 ଅଧ୍ୟାପକ।

ଆଜିକୁ 15 ଦିନ ହେଲା ଅହୋରାତ୍ର ଅନଶନରେ ବସିଛୁ। ସେହିଦିନ ଠାରୁ ଆମେ ରାଜ୍ୟ ସରକାରାଙ୍କୁ ଚେତାବନୀ ଦେଇଥିଲୁ ଯଦି ଆମର ଏହି ଦାବୀ ପୂରଣ ନ ହୁଏ ତେବେ ମାର୍ଚ୍ଚ 1ରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ଏବଂ ତା ପରବର୍ତ୍ତୀ ମୂଲ୍ୟାଙ୍କନ ବର୍ଜନ କରିବୁ। ଏହି ଆନ୍ଦୋଳନ ମାତ୍ର 15 ଦିନର ନୁହେଁ ଇତି ମଧ୍ୟରେ ଆମେ ଦୁଇ ଦୁଇଥର ମହାସମାବେଶ କରିଲୁଣୁ ଆଜି ତୃତୀୟ ଥର ପାଇଁ ମହାସମାବେଶ କରିବାକୁ ଯାଉଛୁ। ଲୋକ ମାଲକାନଗିରି, କୋରାପୁଟ ଓ ରାଇରଙ୍ଗପୁର ରୁ ମଧ୍ୟ ଆସୁଛନ୍ତି କିନ୍ତୁ ରାଜ୍ୟ ସରକାର ଦାବି ପ୍ରତି ହେୟ ମନେ କରୁ ନାହାନ୍ତି। ନଭେମ୍ବର 9 ରୁ ଏହି ଆନ୍ଦୋଳନ ଜାରି ରଖିଛୁ ଏନେଇ ମୁଖ୍ୟମନ୍ତ୍ରୀ , ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ଅବଗତ କରେଇଛୁ ହେଲେ ଫଳ ଶୂନ। ଯଦି ଆଜି ସଂଧ୍ୟା ମଧ୍ୟରେ ସରକାର ଆଲୋଚନା ମାଧ୍ୟମରେ ସମାଧାନ ନ କରନ୍ତି ତେବେ ଯୁକ୍ତ ଦୁଇ ପରୀକ୍ଷାକୁ ବର୍ଜନ କରିବାକୁ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି।

ସେହିପରି ସଂଘର ସାଧାରଣ ସମ୍ପାଦକ ଗଗନ ବେଉରା କହିଛନ୍ତି ଯେ, 4 ହଜାର 500 ଜଣ ଅଧ୍ୟାପକ କାମ କରୁଛନ୍ତି । 72 ଭାଗ ଶିକ୍ଷା ଭାର ବହନ କରୁଛି ଏହି ବର୍ଗ । ଆଶା ରଖୁଛୁ ସରକାର ଏହାକୁ ପୂରଣ କରିବେ। ଯଦି ସରକାର ନ କଲେ ତେବେ ଆସନ୍ତାକାଲି ଠାରୁ ଆମରଣ ଅନଶନ ରେ ବସିବୁ। ଆବଶ୍ୟକ ପଡିଲେ ପରୀକ୍ଷା ବର୍ଜନ କରିବାକୁ ଚେତାବନୀ ଦେଇଛି ନିଖିଳ ଓଡ଼ିଶା 662 ବେସରକାରୀ ଅଧ୍ୟାପକ ସଂଘ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details