ଓଡିଶା

odisha

ETV Bharat / state

ଭୁବନେଶ୍ବର ଗସ୍ତରେ ଅନ୍ୟ ରାଜ୍ୟର ୬ ପ୍ରଶାସନିକ ଅଧିକାରୀ, ଜାଗା ମିଶନ ଯୋଜନାର କଲେ ପରିଦର୍ଶନ

ରାଜଧାନୀରେ ଜାଗା ମିଶନ ଯୋଜନାର ପରିଦର୍ଶନ କରିଛନ୍ତି ଅନ୍ୟ ରାଜ୍ୟର ୬ ପ୍ରଶାସନିକ ଅଧିକାରୀ । ବସ୍ତିର ବିକାଶ ଦେଖି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଅଧିକ ପଢ଼ନ୍ତୁ

By

Published : Feb 27, 2023, 8:31 PM IST

Updated : Feb 27, 2023, 10:02 PM IST

6 ias officers visit Bhubaneswar
6 ias officers visit Bhubaneswar

ଭୁବନେଶ୍ବର ଗସ୍ତରେ ଅନ୍ୟ ରାଜ୍ୟର ୬ ପ୍ରଶାସନିକ ଅଧିକାରୀ

ଭୁବନେଶ୍ବର:ସହରରେ ବାସହୀନଙ୍କୁ ଜାଗା ଯୋଗାଉଛନ୍ତି ରାଜ୍ୟ ସରକାର । ସେମାନଙ୍କୁ ଘର ଯୋଗାଇବା ପାଇଁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନେକ ବସ୍ତିବାସିନ୍ଦାଙ୍କୁ ଜାଗା ପ୍ରଦାନ କରାଯାଇଛି । ସହରାଞ୍ଚଳ ଭୂମିହୀନଙ୍କୁ ଜମି ଅଧିକାର ପ୍ରଦାନ କରିବାରେ ଓଡ଼ିଶା ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି । ଓଡ଼ିଶାର ଏହି ଯୋଜନାର ପରିଦର୍ଶନରେ ଭୁବନେଶ୍ୱର ଆସିଛନ୍ତି ୬ଟି ରାଜ୍ୟର ଆଇଏଏସ୍ ଅଧିକାରୀ । ଭାରତ ଦର୍ଶନ ମାଧ୍ୟମରେ ଭୁବନେଶ୍ବର ଆସିଥିବା ୬ଟି ରାଜ୍ୟର ଆଇଏଏସ୍ ଅଧିକାରୀ ଭୁବନେଶ୍ୱରର ବିଭିନ୍ନ ବସ୍ତି ବୁଲି ଦେଖିଛନ୍ତି ।

ଜାଗା ମିଶନରେ ଘର ଦେବା ସହ ସରକାରଙ୍କ ଦ୍ୱାରା କରାଯାଇଥିବା ଆଦର୍ଶ ବସ୍ତି ବା କଲୋନୀକୁ ମଧ୍ୟ ବୁଲି ଦେଖିଛନ୍ତି ୬ ପ୍ରଶାସନିକ ଅଧିକାରୀ । ପରିଦର୍ଶନ ପରେ ଭୁବନେଶ୍ୱର ବସ୍ତିର ଚିତ୍ର ତାଙ୍କୁ ବେଶ ଭଲ ଉପଲବ୍ଧି ଦେଇଛି । ତେଣୁ ବସ୍ତି ବୁଲିବା ସହ ଲୋକଙ୍କ ସହିତ କଥା ହୋଇ ସେମାନେ ପାଇଥିବା ସୁବିଧା ସୁଯୋଗ ବିଷୟରେ କଥା ହୋଇ ରାଜ୍ୟ ସରକାରଙ୍କ ବେଶ ପ୍ରଶଂସା କରିଛନ୍ତି । ବସ୍ତିକୁ ସରସ ସୁନ୍ଦର କରିବା ସହ ପରିମଳ ଏବଂ ବିଶେଷ କରି ଜଗା ମିଶନକୁ ଦେଖି ତାଜୁବ୍ ଅନ୍ୟରାଜ୍ୟର ବରିଷ୍ଠ ଅଧିକାରୀ ଖୁସି ଅନୁଭବ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:Odisha Assembly: ସରକାର କିଏ ଚଳାଉଛି: ବିରୋଧୀ ଦଳନେତା, ଜବାବ ରଖିଲେ ପ୍ରମିଳା

ଭାରତ ଦର୍ଶନ ମାଧ୍ୟମରେ ଓଡ଼ିଶା ଆସିଥିବା ପଞ୍ଜାବ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ରାଜସ୍ଥାନ ଏବଂ ଗୁଜୁରାଟର ଆଇଏଏସ୍ ମାନେ ଆଜି (ସୋମବାର) ଭୁବନେଶ୍ବର ସ୍ଥିତ ଜାଗା ମିଶନ କାର୍ଯ୍ୟାଳୟରେ ଯୋଜନା ସଂପର୍କୀତ ଭିଡିଓ ଦେଖି ଜ୍ଞାନ ନେଇଛନ୍ତି । ଅନ୍ୟପଟେ ଅଧିକାରୀଙ୍କ ଠାରୁ ଭଲ ଅନୁଭୂତି ଶୁଣି ବିଶେଷ କରି ବସ୍ତିରେ ନିଜ ଅଞ୍ଚଳର ବିକାଶ କିଭଳି ନିଜେ କରିପାରିବେ ସେନେଇ ବସ୍ତି ବାସିନ୍ଦାଙ୍କୁ ତାଲିମ୍ ପ୍ରଦାନ କରିବା ପାଇଁ ଉଦ୍ୟମ କରାଯାଉଥିବା ଜାଗା ମିଶନ ନିର୍ଦ୍ଦେଶକ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଏହି ଅଧିକାରୀମାନେ ପୁରୀରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଡ୍ରିଙ୍କ ଫାର୍ମ ଟ୍ୟାପର ଯୋଜନା ବୁଲି ଦେଖିବା ପରେ ଭୁବନେଶ୍ୱରରେ ଜାଗା ମିଶନର ସଫଳ ରୂପାୟନ ଦେଖିବାକୁ ଆସିଛନ୍ତି । ଅଧିକାରୀମାନେ ଆମ ରାଜ୍ୟର ଉତ୍ତମ ଯୋଜନା ବିଷୟରେ ଜାଣିବା ସହ ଆଲୋଚନା ମାଧ୍ୟମରେ ସେହି ସବୁ ସଂପର୍କରେ ଜ୍ଞାନ ଆରୋହଣ କରି ନିଜ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇ ଥିବାରୁ ଏଭଳି ପରିଦର୍ଶନରେ ଆସିଥିବା ଜାଗା ମିଶନ ନିର୍ଦ୍ଦେଶକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 27, 2023, 10:02 PM IST

ABOUT THE AUTHOR

...view details