ଖୋର୍ଦ୍ଧା: 6 ଜଣ ଡକାୟତଙ୍କୁ ଗିରଫ କଲା ଜଟଣୀ ପୋଲିସ। ଶନିବାର ଖୋର୍ଦ୍ଧା ଜିଲ୍ଲା ଜଟଣୀ କିଷ୍ଟ କଲେଜ ନିକଟ ରାସ୍ତାରେ ଡକାୟତି ଯୋଜନା କରୁଥିବା ବେଳେ ୬ଜଣ ଡକାୟତଙ୍କୁ ଗିରଫ କରିଛି ଜଟଣୀ ଥାନା ପୋଲିସ ।
ଡକାୟତି ଉଦ୍ୟମ ପଣ୍ଡ, 6 ଡକାୟତ ଗିରଫ
ଖୋର୍ଦ୍ଧା ଜିଲ୍ଲା ଜଟଣୀ କିଷ୍ଟ କଲେଜ ନିକଟ ରାସ୍ତାରେ ଡକାୟତି ଯୋଜନା କରୁଥିବା ବେଳେ ୬ଜଣ ଡକାୟତଙ୍କୁ ଗିରଫ କରିଛି ଜଟଣୀ ଥାନା ପୋଲିସ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ପୋଲିସ ସେମାନଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର, ୩ଗୋଟି ବାଇକ ଓ ଗୋଟିଏ ଅଟୋ ଜବତ କରିଛି। ତେବେ ଗିରଫ ଅଭିଯୁକ୍ତମାନେ ହେଲେ ଏସକେ ଫରିଦ, ସବୀର ଖାନ, କୃଷ୍ଣ ବେହେରା,ଏସକେ ନଜୀମୁଦ୍ଦିନ, ସୁଶାନ୍ତ ସୁନ୍ଦରାୟ, ଅମୀୟ ପରିଜା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ