ଓଡିଶା

odisha

ETV Bharat / state

ବଦଳିବ ୩୮ ସ୍କୁଲର ନକ୍ସା, ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ 5‘ଟି’ ସଚିବ - ସଚିବ ଭି କେ ପାଣ୍ଡିଆନ

ଖୋର୍ଦ୍ଧାର ୩୮ଟି ହାଇସ୍କୁଲର ରୂପାନ୍ତରଣ ପାଇଁ ବୈଠକ । ଭର୍ଚ୍ଚୁଆଲ ବୈଠକରେ 5‘ଟି’ ସଚିବଙ୍କ ସହ ଜିଲ୍ଲାପାଳ କଲେ ଆଲୋଚନା । ଅଧିକ ପଢନ୍ତୁ...

5t secretary meeting with Khurda collector
ବଦଳିବ ୩୮ଟି ସ୍କୁଲର ନକ୍ସା, ଜିଲ୍ଲାପାଳଙ୍କ ସହ ବୈଠକ କଲେ 5ଟି ସଚିବ

By

Published : Jul 21, 2021, 8:09 AM IST

ଖୋର୍ଦ୍ଧା: ସମସ୍ତ ହାଇସ୍କୁଲକୁ ରୂପାନ୍ତରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଆରମ୍ଭ ହୋଇଛି। ବିଶେଷ କରି 5T ସଚିବଙ୍କ ଉଦ୍ୟମରେ ବିଭିନ୍ନ ଜିଲ୍ଲାରେ ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ଚାଲିଛି। ଖୋର୍ଦ୍ଧା ଜିଲ୍ଲାର ୩୮ଟି ହାଇସ୍କୁଲକୁ ଅନ୍ତର୍ଭୁକ୍ତ କରାଯାଇଛି। ପୂର୍ବରୁ ୩୨ଟି ହାଇସ୍କୁଲକୁ ସାମିଲ କରାଯାଇଥିଲା। ମଙ୍ଗଳବାର 5T ସଚିବ ଆଉ ୬ଟି ହାଇସ୍କୁଲକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭର୍ଚ୍ଚୁଆଲ ମାଧ୍ୟମରେ ଏକ ବୈଠକ କରାଯାଇଥିଲା । ଏଥିରେ 5T ସଚିବଙ୍କ ସହ ଜିଲ୍ଲାପାଳ ସନତ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ , ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଯୋଡି ହୋଇ ଥିଲେ। ସମସ୍ତଙ୍କ ସହଯୋଗରେ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ କରାଯିବ ବୋଲି ସଚିବ କହିଥିଲେ ।

ସ୍କୁଲରେ ସ୍ମାର୍ଟ କ୍ଲାସ, ବିଜ୍ଞାନ କକ୍ଷ, ଇ ଲାଇବ୍ରେରୀ, ପାନୀୟ ଜଳ ସୁବିଧା, ଖେଳ ପଡିଆର ଉନ୍ନତି ଇତ୍ୟାଦି କରାଯିବ । ସଚିବ ଭି କେ ପାଣ୍ଡିଆନ ପିଲାମାନଙ୍କୁ ସେମାନଙ୍କ ଲକ୍ଷ ସମ୍ପର୍କରେ ପଚାରି ବୁଖିଥିଲେ ଏବଂ ଲକ୍ଷ୍ୟ ପୂରଣ ଦିଗରେ ପରାମର୍ଶ ଦେଇଥିଲେ। ସରକାରଙ୍କ ଏହି ଯୋଜନାକୁ ପୁରାତନ ଛାତ୍ରଛାତ୍ରୀ ମାନେ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ABOUT THE AUTHOR

...view details