ଓଡିଶା

odisha

ETV Bharat / state

ଖୋର୍ଦ୍ଧାରେ ୫ଟି ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କୁ ଶିଖାଇଲେ ସଫଳତାର ମନ୍ତ୍ର - ଖୋର୍ଦ୍ଧାରେ ୫ଟି ଅଧ୍ୟକ୍ଷ

VK Pandian at Khordha: ଖୋର୍ଦ୍ଧାର ହାବେଳି ପଡିଆରେ ନୂଆ-ଓ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଯୁବ ଉତ୍ସବରେ ଅନୁଷ୍ଠିତ । ଏଥିରେ ୫ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଅଧିକ ପଢନ୍ତୁ

VK Pandian at Khordha
VK Pandian at Khordha

By ETV Bharat Odisha Team

Published : Jan 10, 2024, 3:16 PM IST

VK Pandian at Khordha

ଖୋର୍ଦ୍ଧା:ଖୋର୍ଦ୍ଧା ଗସ୍ତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଖୋର୍ଦ୍ଧାର ହାବେଳି ପଡିଆରେ ଅନୁଷ୍ଠିତ ନୂଆ-ଓ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଯୁବ ଉତ୍ସବରେ ପାଣ୍ଡିଆନ ଯୋଗ ଦେଇଥିଲେ । ସେଠାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଏହାସହ ନୂଆ ଓଡିଶା ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ପାଣ୍ଡିଆନ । କଠିନ ପରିଶ୍ରମ ଦ୍ୱାରା ତୁମେମାନେ ଆଗକୁ ଯିବ ଓ ସଫଳତା ପାଇବ । ମଞ୍ଚ ଉପରେ ରହି ଛାତ୍ରଛାତ୍ରୀଙ୍କୁ ଏଭଳି ସଫଳତାର ମନ୍ତ୍ର ବାଣ୍ଟିଛନ୍ତି 5ଟି ଅଧକ୍ଷ ଭିକେ ପାଣ୍ଡିଆନ ।

ତେବେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ ପାଣ୍ଡିଆନ କହିଛନ୍ତି, ଭଗବାନ ଦେଇଥିବା ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଅଧଘଣ୍ଟା ଶାରୀରିକ ବ୍ୟାୟାମ କରିବା, 15 ମିନିଟ ପାଇଁ ଧ୍ୟାନ କରିବା । ସେହିପରି ସଫଳତା ପାଇବା ପାଇଁ ପ୍ରତିଦିନ 14 ଘଣ୍ଟା ପରିଶ୍ରମ କରିବା,ପାଠ ଛଡା ଅନ୍ୟ ପ୍ରତିଯୋଗିତାରେ ଭାଗନେବା ଓ ବାପା ମା ଏବଂ ଗୁରୁଜନଙ୍କ କଥା ମାନିବା ପାଇଁ ଉପଦେଶ ଦେଇଛନ୍ତି । ସେହିପରି ଛାତ୍ରଛାତ୍ରୀଙ୍କୁ ନିଜ ପିଲା ବେଳର କଥା କହି କିପରି ପାଠ ପଢିବା ପାଇଁ ସ୍କୁଲକୁ 20 କିଲୋମିଟର ସାଇକେଲରେ ଯିବାକୁ ପଡୁଥିଲା ତାହା କହିଥିଲେ । ଏଥିସହ ଚର୍ଚ୍ଚିତ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର, ଅଭିନେତା ଶାହାରୁଖ ଖାନଙ୍କ ଭଳି ଅଭିନେତା କଠିନ ପରିଶ୍ରମ ଦ୍ୱାରା ଏଭଳି ସଫଳତା ପାଇଥିବା କହିଛନ୍ତି ପାଣ୍ଡିଆନ ।

ଏହା ମଧ୍ୟ ପଢନ୍ତୁ- 'ନୂଆ-ଓ' ଯୁବ ଓଡିଶା ନବୀନ ଓଡିଶା କ୍ରୀଡା ପ୍ରତିଯୋଗିତାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ତେବେ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଏହି ନୂଆ-ଓ କାର୍ଯ୍ୟକ୍ରମ ଦ୍ୱାରା ସାମ୍ନାକୁ ଆଣିବାକୁ ନିଆରା ପ୍ରୟାସ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ପାଣ୍ଡିଆନ ମଞ୍ଚରୁ ଓହ୍ଲାଇ ତଳକୁ ଆସି ଛାତ୍ରଛାତ୍ରୀଙ୍କ ସହ ହାତ ମିଳାଇ ଆଲୋଚନା କରିବା ସହ ଅଟୋଗ୍ରାଫ ଦେଇ ସେଲ୍ଫି ଉଠାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ହୋଇଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଗୀତ ନାଚର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା ।

ଆଜି 5ଟି ତଥା ନବୀନ ଓଡ଼ିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ଖୋର୍ଦ୍ଧା କାର୍ଯ୍ୟକ୍ରମ ସରିବା ପରେ ବାଣପୁର ଓ ନୟାଗଡ଼ର ରଣପୁର ଗସ୍ତରେ ଯାଇଛନ୍ତି । ଖୋର୍ଦ୍ଧାରୁ ବାଣପୁର ଯାଇ ସେଠାରେ ମା’ ଭଗବତୀଙ୍କୁ ଦର୍ଶନ କରି ବାଣପୁର ପଲଟଣ ପଡିଆରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିଲା । ସେହିପରି ଅପରାହ୍ନରେ ପାଣ୍ଡିଆନ ନୟାଗଡ଼ ଜିଲ୍ଲା ଗସ୍ତ କରି ରଣପୁର ଜେଲ ଛକ ପଡିଆରେ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details