ଓଡିଶା

odisha

ETV Bharat / state

ମରଣଯନ୍ତା ପାଲଟିଛି 57ନଂ ଜାତୀୟ ରାଜପଥ

ଖୋର୍ଦ୍ଧାରୁ ବଲାଙ୍ଗୀରକୁ ସଂଯୋଗ କରୁଥିବା 57ନଂ ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ରାସ୍ତା ପ୍ରଶସ୍ତିକରଣ ନାଁରେ ବିଭାଗୀୟ ଯନ୍ତ୍ରୀ ଓ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟପାଇଁ  ଅବସ୍ଥା ଭୋଗୁଛନ୍ତି  ଜନସାଧାରଣ ।

By

Published : Sep 26, 2019, 9:01 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ରାସ୍ତା ପ୍ରଶସ୍ତିକରଣ ନାଁରେ ମନଇଚ୍ଛା କାମ କରୁଛି ଠିକା ସଂସ୍ଥା । ଫଳରେ ଦିନକୁ ଦିନ ଦୁର୍ଘଟଣାର ପରିମାଣ ବୃଦ୍ଧି ପାଉଛି । ଖୋର୍ଦ୍ଧାରୁ ବଲାଙ୍ଗୀରକୁ ସଂଯୋଗ କରୁଥିବା 57ନଂ ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । କୋଟି କୋଟି ଟଙ୍କା ବ୍ୟୟ ଅଟକଳ ହୋଇ ରାସ୍ତା ପ୍ରଶସ୍ତିକରଣ କରାଯାଉଛି । କିନ୍ତୁ ବିଭାଗୀୟ ଯନ୍ତ୍ରୀ ଓ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟପାଇଁ ଅବସ୍ଥା ଭୋଗୁଛନ୍ତି ଜନସାଧାରଣ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

ଏହି 57ନଂ ଜାତୀୟ ରାଜପଥ ବେଗୁନିଆ, ବାଘମାରି, ସାରୁଅ, ପୁବୁସାହି ଏବଂ ଚିଙ୍ଗୁଡିଝର ଦେଇଯାଇଛି । ପ୍ରମୁଖ ଛକ ସ୍ଥାନ ମାନଙ୍କରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି ଯାହାକି ଦୁର୍ଘଟଣାର କାରଣ ପାଲଟୁଛି । ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ସଂଖ୍ୟାରେ ଭାରିଯାନ ଚଳାଚଳ କରୁଛି । ଏହି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସେହିପରି ଠିକା ସଂସ୍ଥା କାମ ଚାଲୁଛି କହି ରାସ୍ତା ମରାମତି କରୁନାହିଁ । ଅନ୍ୟପଟେ ବିଭାଗୀୟ ଯନ୍ତ୍ରୀ କ୍ୟାମେରା ଆଗରେ କିଛି କହିନଥିଲେ ମଧ୍ୟ ଯଥାଶୀଘ୍ର ରାସ୍ତାର ମରାମତି କରାଯିବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details