ଓଡିଶା

odisha

ETV Bharat / state

‘ଫନି’ ପ୍ରଳୟରେ ନଷ୍ଟ ହୋଇଛି 520କୋଟି ମୂଲ୍ୟର ସମ୍ପତ୍ତି

ବାତ୍ୟାକୁ ଏକମାସ ପୁରିଥିବା ବେଳେ ଏବେବି ଜିଲ୍ଲାର କିଛି ସ୍ଥାନରେ ବିଦ୍ୟୁତ ଅପହଞ୍ଚ । ବାତ୍ୟା ଫନିର ତାଣ୍ଡବରେ ନଷ୍ଟ ହୋଇଛି ଖୋର୍ଦ୍ଧା ଜିଲ୍ଲାର ପାଖାପାଖି 520କୋଟି ଟଙ୍କାର ସମ୍ପତ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Jun 5, 2019, 11:20 PM IST

ଖୋର୍ଦ୍ଧ: ବାତ୍ୟା ‘ଫନି’କୁ ପୁରିଲାଣି ମାସେ । ତଥାପି ମନରୁ ଲିଭିନି ‘ଫନି’ର ପ୍ରଳୟଙ୍କାରୀ ଅନୁଭୂତି । ପବନର ବେଗ ଆଗରେ ସତେ ଯେମିତି ସମସ୍ତେ ହାର ମାନିଥିଲେ । ଆଉ ଏହି ବାତ୍ୟା ଫନିର ପ୍ରଳୟରେ ନଷ୍ଟ ହୋଇଛି ଖୋର୍ଦ୍ଧା ଜିଲ୍ଲାରେ ପାଖାପାଖି 520କୋଟି ଟଙ୍କାର ସମ୍ପତ୍ତି ।

ଭିଡିଓ ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏଭଳି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲାପାଳ ଭୁପିନ୍ଦର ସିଂ ପୁନିଆ । ବାତ୍ୟାକୁ ଏକମାସ ପୁରିଥିବା ବେଳେ ଏବେବି ଜିଲାର କିଛି ସ୍ଥାନରେ ବିଦ୍ୟୁତ ଅପହଞ୍ଚ ରହିଛି । ସେହିପରି ରାସନକାର୍ଡଧାରୀଙ୍କୁ ଛାଡିଦେଲେ କାର୍ଡ ନଥିବା କ୍ଷତିଗ୍ରସ୍ତଙ୍କ ଚିଠା ପ୍ରସ୍ତୁତ ହୋଇସାରିଛି ଓ ସେମାନଙ୍କୁ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ।

ସେପଟେ ବାତ୍ୟାରେ ଭାଙ୍ଗି ଯାଇଥିବା ଘରର ତାଲିକା ହସ୍ତଗତ ହୋଇଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଆହୁରି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଆସନ୍ତା 10 ତାରିଖ ସୁଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details