ଖୋର୍ଦ୍ଧା:ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାକୁ ରେଡ ଜୋନ ଘୋଷଣା କରିଛନ୍ତି । ତେବେ କୋରୋନାର ଏହି ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ସହ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଆଜି ଖୋର୍ଦ୍ଧା ଜିଲାର ବେଗୁନିଆ ଏବଂ ବାଣପୁର ବ୍ଲକର ପାଞ୍ଚଟି ପଞ୍ଚାୟତର 7ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ବେଗୁନିଆ ବ୍ଲକର ସିମର ଗ୍ରାମପଞ୍ଚାୟତର କଣ୍ଟାମଳିମ ଗ୍ରାମ, ପୋଡାଡିହ ପଞ୍ଚାୟତର ପୋଡାଡିହ, ପାଇକରାସାହି ଓ ପୋଡାଡିହପାଟଣା, କୁଞ୍ଜୁରୀ ପଂଚାୟତର କୁଞ୍ଜୁରୀ ଗ୍ରାମ, ଦୁର୍ଗାପୁର ପଞ୍ଚାୟତର ବେଙ୍ଗିଟାଙ୍ଗି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
ଖୋର୍ଦ୍ଧା ଉପଖଣ୍ଡର 5 ପଞ୍ଚାୟତର 7 ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ - khurda district administration
ଖୋର୍ଦ୍ଧା ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାକୁ ରେଡ ଜୋନ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...
ସେହିପରି ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତର ନହରଡ଼ିହି ଗ୍ରାମକୁ ଆଜି (ମଙ୍ଗଳବାର) ସନ୍ଧ୍ୟା 7ଟାରୁ ଆସନ୍ତା 3ତାରିଖ ରାତି 9ଟା ପର୍ଯ୍ୟନ୍ତ ସାତ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ଉପଜିଲାପାଳ । ଯେପରି ବାହାର ଲୋକ ଭିତରକୁ ଓ ଅବରୋଧ ଅଞ୍ଚଳରୁ ବାହାରକୁ ନଯିବେ, ସେଥିପ୍ରତି ଧ୍ୟାନ ଦେବାକୁ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି କଣ୍ଟେନମେଣ୍ଟ ଅଞ୍ଚଳକୁ ସାନିଟାଇଜ କରିବାପାଇଁ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ନିର୍ଦେଶ ଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ