bhubaneswar child girl murder case filed in nhrc ଭୁବନେଶ୍ବର:ରାଜ୍ୟ ରାଜଧାନୀରେ ଲଜ୍ଜା ।ଘରେ କେହି ନଥିବା ବେଳେ ଦୁଷ୍କର୍ମ ପରେ 4ଵର୍ଷ ଶିଶୁକନ୍ୟାକୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଏହି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ଜାତୀୟ ମାନବାଧିକାର କମିଶନ(NHRC)ରେ ପହଞ୍ଚିଲା ମାମଲା।
bhubaneswar child girl murder case filed in nhrc
ମାନବାଧିକାର କମିଶନ ନିକଟରେ ଅଭିଯୋଗ:ସୋମବାରସନ୍ଧ୍ୟା ବେଳେ ଘନିଆ ନାମକ ଜଣେ ଯୁବକ ଏଭଳି କାଣ୍ଡ ଘଟାଇଥିବା ନେଇ ଅଭିଯୋଗ ହୋଇଛି। ଛାତିଥରା କାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ମାରିଛି ଅଭିଯୁକ୍ତ। ତେବେ ଏହି ଘଟଣାରେ ଦୋଷୀ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସଙ୍ଗେ ସଙ୍ଗେ ନାବାଳିକାର ପରିବାରକୁ କ୍ଷତି ପୂରଣ ବାବଦକୁ ପଚାଶ ଲକ୍ଷ ଟଙ୍କା ଦେବାକୁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି। NHRCରେ କେସ ନମ୍ବର ୧୮୬୩୯/୨୦୨୩ରେ ମାମଲା ଦାୟର କରି ଲ୍ୟାୟ ପାଇଁ ଲଢେଇ କରୁଛନ୍ତି ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ। ତେବେ ଏହି ମାମଲାରେ ଶିଶୁ କମିଶନ କଟକ-ଭୁବନେଶ୍ୱର ପୋଲିସ କମିଶନ, ଡିଜି ପୋଲିସ, ଗୃହ ସଚିବ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଏହା ମଧ୍ୟ ପଢନ୍ତୁ: ରାଜଧାନୀରେ ସୀମା ଟପିଲା ବର୍ବରତା, ଦୁଷ୍କର୍ମ ପରେ 4ଵର୍ଷ ଶିଶୁକନ୍ୟାକୁ ଗଳାକାଟି ହତ୍ୟା !
ଏମିତି ରହିଥିଲା ଘଟଣା: ସୂଚନା ମୁତାବକ, ସୋମବାର ସନ୍ଧ୍ୟା ପ୍ରାୟ 7ଟା ସମୟରେ ମୃତ ଶିଶୁକନ୍ୟାର ପରିବାର ଲୋକେ ଘରକୁ ଫେରିଥିଲେ। ତେବେ ଘରକୁ ଆସିବା ବେଳେ ଶୁକନ୍ୟାର ମୃତଦେହ କ୍ଷତାକ୍ତ ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ପଡ଼ୋଶୀ ଲୋକଙ୍କୁ ପଚାରିବାରୁ ନାବାଳିକାକୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଜାଣିବାକୁ ପାଇଥିଲେ। ତେବେ ଏନେଇ ଘର ନିକଟରେ ରହିଥିବା ଏକ ଦୋକାନୀ କହିଛନ୍ତି, "ଶେଷ ଥର ପାଇଁ ସେ ଶିଶୁକନ୍ୟାକୁ ଘରକୁ ଚକୋଲେଟ ନେଇ ଯାଇଥିବା ଦେଖିବାକୁ ପାଇଥିଲେ। ବସ୍ତିର ଘନିଆ ନାମକ ଯୁବକ ଦୁଇଟି ଚକଲେଟ ନେଇ ଯାଇଥିଲା। ତେବେ ଏଭଳି କାଣ୍ଡ କିଏ ଭିଆଇଛି ତାହା ଜାଣି ନାହିଁ। କିନ୍ତୁ ଘନିଆ କରିଥାଇ ପାରେ ବୋଲି ଅନୁମାନ କରୁଛୁ। ଚକଲେଟ ଦେଇ ତା ସହିତ କୌଣସି ଖରାପ କାମ କରିବାକୁ ଯାଇ ଏଭଳି ଘଟଣା ଘଟାଇଥାଇପାରେ।"
ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ଜବତ ସହ ତଦନ୍ତ ଜାରି ରଖିଛି । କ୍ୟାପିଟାଲ ହସ୍ପିଟାଲକୁ ମୃତଦେହ ପଠାଇଥିବା ବେଳେ ମୃତଦେହ ନିକଟରୁ ପୁଲିସ ଛୁରି, ମଦ ବୋତଲ, ଗ୍ଲାସ୍ ଏବଂ ଚକୋଲେଟ୍ ଜରି ପଡ଼ିଥିବା ଦେଖିବାକୁ ପାଇଛି। ଏନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଥିବା ବେଳେ ତଦନ୍ତ ଶେଷ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ।
ଇଟିଭି ଭାରତ, ଭୁବନେଶ୍ବର