ଖୋର୍ଦ୍ଧା: ବେଧଡକ ଭାବେ ଚାଲିଛି ପଥର ଲୁଟ(mine loot) । ବିନା କାଗଜପତ୍ରରେ ବେଆଇନ ଭାବେ ଲୁଟ ହେଉଛି ମାଙ୍କଡା ଖଣି (laterite stone )। ଖୋର୍ଦ୍ଧା , ଟାଙ୍ଗି, ବେଗୁନିଆ ଅଞ୍ଚଳରେ ଥିବା ଟାଙ୍ଗାରା ଭୂଇଁକୁ କାଟି ମାଫିଆମାନେ ଲୁଟୁଛନ୍ତି ଶହ ଶହ ଟ୍ରକ ମାଙ୍କଡ଼ା ପଥର । ଯାହାଦ୍ବାରା କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ରାଜ୍ୟ ସରକାର । ତେବେ ଏହି ଲଘୁ ଖଣିଜଦ୍ରବ୍ୟ ବେଆଇନ ଚୋରାଚାଲାଣରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଟିମ କରି ଚଢ଼ାଉ କରୁଛି ।
ବେଧଡକ ଚାଲାଣ ହେଉଛି ବେଆଇନ ପଥର, ଖୋର୍ଦ୍ଧାରୁ 4 ଟ୍ରକ ଜବତ
ଖୋର୍ଦ୍ଧାରେ ବେଧଡକ ଭାବେ ଚାଲିଛି ପଥର ଲୁଟ(mine loot) । ବିନା କାଗଜପତ୍ରରେ ବେଆଇନ ଭାବେ ଲୁଟ ହେଉଛି ମାଙ୍କଡା ଖଣି (laterite stone )। ବେଗୁନିଆ ତହସିଲଦାର ଚଢ଼ାଉ କରି ଦୁଇଟି କଳାମୁଗୁନି ପଥର ଭର୍ତ୍ତି ହାଇୱା ଏବଂ ୨ଟି ମାଙ୍କଡା ବୋଝେଇ ଟ୍ରକ କରିଛନ୍ତି ଜବତ । ଅଧିକ ପଢନ୍ତୁ
ବେଗୁନିଆ ତହସିଲଦାର ଚଢାଉ, ପଥର ବୋଝେଇ ୨ ହାଇୱା ସହ ୨ ମାଙ୍କଡା ବୋଝେଇ ଟ୍ରକ ଜବତ
ସେହିଭଳି ଜଙ୍କିଆ ଥାନା ଅନ୍ତର୍ଗତ ହଜ ନିକଟରେ ବେଗୁନିଆ ତହସିଲଦାର ଚଢ଼ାଉ କରି ଦୁଇଟି କଳାମୁଗୁନି ପଥର ଭର୍ତ୍ତି ହାଇୱା ଏବଂ ୨ଟି ମାଙ୍କଡା ବୋଝେଇ ଟ୍ରକ ଜବତ କରିଛନ୍ତି । ଜବତ ଗାଡିଗୁଡିକୁ ବେଗୁନିଆ ତହସିଲ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବେଗୁନିଆ ତହସିଲଦାର ପୃଥ୍ବୀରାଜ ମଣ୍ଡଳ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ