ଓଡିଶା

odisha

ETV Bharat / state

ବରଗଡ ଓ ଝାରସୁଗୁଡାରୁ ଜବତ ନକଲି ମେଡ଼ିସିନ ପଛରେ ବାରଣାସୀ ଲିଙ୍କ୍

ବରଗଡ ଓ ଝାରସୁଗୁଡା ରୁ ଜବତ ନକଲି ମେଡ଼ିସିନ ପଛରେ ରହିଛି ବାରଣାସୀ ଲିଙ୍କ। 300 ରୁ ଅଧିକ ନକଲି ଔଷଧ ପେଟି ଜବତ । ଅଧିକ ପଢନ୍ତୁ

duplicate medicine seized
duplicate medicine seized

By

Published : Mar 2, 2023, 8:35 PM IST

duplicate medicine seized

ଭୁବନେଶ୍ବର:ଓଡିଶାରୁ ଉତ୍ତର ପ୍ରଦେଶ ଯାଏ ଲମ୍ବିଛି ନକଲି ମେଡିସିନ୍ ଚେର । ବରଗଡ ଓ ଝାରସୁଗୁଡା ରୁ ଜବତ ନକଲି ମେଡ଼ିସିନ ପଛରେ ରହିଛି ବାରଣାସୀ ଲିଙ୍କ । 300 ରୁ ଅଧିକ ନକଲି ଔଷଧ ପେଟିକୁ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ସାଢେ 7 କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି। ତେବେ ଏହି ଘଟଣାରେ ଜଣେ ଅଭିଯୁକ୍ତ ଅଶୋକ କୁମାର କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ବାରଣାସୀ ଶୀଗରା ଥାନା ଅଞ୍ଚଳ ର ଏକ ଗୋଦାମ ରୁ ନକଲି ମେଡ଼ିସିନ ଜବତ କରିଛି ଉତ୍ତର ପ୍ରଦେଶ ଏସଟିଏଫ ।

ମୋନୋ ଏଫଓ , କ୍ଲାଭମ 625 , ପେନ 40 ଭଳି ନକଲି ଔଷଧ ରହିଛି। ହିମାଚଳ ପ୍ରଦେଶ ଅଞ୍ଚଳ ରେ ଏଗୁଡିକ ତିଆରି ହେବା ପରେ ବାରଣାସୀ ଆସୁଥିଲା। ସେଠାରୁ ଓଡିଶା , ବିହାର, ପଶ୍ଚିମବଙ୍ଗ ସହ ହାଇଦ୍ରାବାଦ କୁ ପଠା ଯାଉଥିଲା। ଓଡିଶା ରୁ ନକଲି ଔଷଧ ଧରା ହେବା ଚେର ଖୋଜିବାକୁ ଉତ୍ତରପ୍ରଦେଶ ସରକାର ଙ୍କ ସହଯୋଗ ଲୋଡ଼ିଥିଲା ସ୍ୱାସ୍ଥ୍ୟ ବିଭାଗ। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିବା ସହ ଉତ୍ତର ପ୍ରଦେଶ ର ସ୍ୱାସ୍ଥ୍ୟ ବିଭାଗ ର ସଚିବ ଙ୍କୁ ସହଯୋଗ ପାଇଁ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

ସେହିପରି ରାଜ୍ୟରେ ନକଲି ଔଷଧ କାରବାରକୁ ନେଇ ଏକ ବଡ଼ ସୁରାକ ମିଳିଥିଲା। ଯାହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନ୍ତଃରାଜ୍ୟ ତଦନ୍ତ ନିମନ୍ତେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଗଠନ କରି ବାହାର ରାଜ୍ୟକୁ ପଠାଇଥିଲେ। ଏହି ଟିମରେ ଥିଲେ ସହକାରୀ ଔଷଧ ନିୟନ୍ତ୍ରକ ଡାକ୍ତର ସୁଦର୍ଶନ ବିଶ୍ୱାଳ, ତୁଷାର ରଂଜନ ପାଣିଗ୍ରାହୀ ଏବଂ ଧର୍ମଦେବ ପୁହାଣଙ୍କ ସମେତ ପୋଲିସ୍ ଅଧିକାରୀ। ନକଲି ଔଷଧର କିପରି ପ୍ରସ୍ତୁତ କରାଯାଉଛି। କିଭଳି ଭାବରେ ବଜାରକୁ ଛଡାଯାଉଛି ସେନେଇ କିଛି ନୂଆ ତଥ୍ୟ ମିଳିପାରେ ବୋଲି ଆଶା ନେଇ ଏକ ଟିମ ଯାଇଥିଲା ଉତ୍ତରପ୍ରଦେଶ।

ତେବେ ଏହି ଟିମ୍ କୁ ଉତ୍ତରପ୍ରଦେଶର ସରକାର ସମସ୍ତ କାର୍ଯ୍ୟରେ ସହଯୋଗ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଅନୁରୋଧ କରିଥିଲେ। ବରଗଡ ଜିଲ୍ଲାର ଅଶୋକ ମେଡ଼ିକାଲ ହଲ୍ ଏବଂ ଝାରସୁଗୁଡ଼ା ଜିଲ୍ଲାର ଅମୀତ ମେଡ଼ିକାଲ ଏଜେନ୍ସି ନିକଟରୁ ଜବତ ହୋଇଥିବା ନକଲି ଔଷଧ ଉତ୍ତର ପ୍ରଦେଶର ବାରଣାସୀ ସ୍ଥିତ ଦେବ ଏଣ୍ଟରପ୍ରାଇଜର୍ସ, ଜେବି ମେଡ଼ିକାଲ୍ସ ଏବଂ ଗୁରୁକୃପା ମେଡ଼ିକାଲ ଆଦିରୁ କାରବାର ହୋଇଥିବା ଜଣା ପଡ଼ିଥିଲା। ତେଣୁ ଏହି କାରବାରର ମୂଳରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details