ଓଡିଶା

odisha

ETV Bharat / state

ଜଳସମ୍ପଦ ବିଭାଗରେ ଯୋଗ ଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଜଳସମ୍ପଦ ବିଭାଗରେ ଯୋଗ ଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ । ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ବଜାୟ ରଖିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଜଳସମ୍ପଦ ବିଭାଗରେ ଯୋଗ ଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ
ଜଳସମ୍ପଦ ବିଭାଗରେ ଯୋଗ ଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ

By

Published : Nov 10, 2022, 7:35 AM IST

Updated : Nov 10, 2022, 3:09 PM IST

ଭୁବନେଶ୍ବର:ଜଳସମ୍ପଦ ବିଭାଗରେ ଯୋଗ ଦେଇଛନ୍ତି 257 ଜଣ କନିଷ୍ଠ ଯନ୍ତ୍ରୀ(257 Junior Engineers Join Water Resources Dept) । ସେମାନଙ୍କ ମଧ୍ୟରେ 87 ଜଣ ମହିଳା ଯନ୍ତ୍ରୀ ଅଛନ୍ତି । ବୁଧବାର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଭିସିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଦିଗଦର୍ଶନ ଦେଇଛନ୍ତି । ଏହାସହ ନୂତନ ଇଞ୍ଜିନିୟରମାନଙ୍କୁ ସେମାନଙ୍କୁ ଚାକିରି ପ୍ରତି ଉତ୍ସାହର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥି ସହିତ କାର୍ଯ୍ୟକ୍ଷେତ୍ରରେ ରାଜ୍ୟବାସୀଙ୍କ ପ୍ରତି ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ବଜାୟ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ଜଳସମ୍ପଦ ବିଭାଗରେ ଯୋଗ ଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ''ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା ବ୍ୟତୀତ ଜଳସମ୍ପଦ ବିଭାଗ ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ନିମନ୍ତେ ବନ୍ୟା ପରିଚାଳନା ପାଇଁ ମଧ୍ୟ କାର୍ଯ୍ୟ କରୁଛି । ରାଜ୍ୟରେ ଦୁଇ ହଜାର ପାଞ୍ଚ ଶହରୁ ଅଧିକ ଡ୍ୟାମ ରହିଛି । ଲୋୟର ସୁକତେଲ, କାନପୁର ଏବଂ ଘାଟକେଶ୍ବର ଭଳି କେତେକ ପ୍ରମୁଖ ବନ୍ଧ ପାଇଁ କାମ ଚାଲିଛି । ଏଥିସହିତ 12 ହଜାର କୋଟି ଟଙ୍କା ବ୍ୟୟରେ ରାଜ୍ୟର ବଭିନ୍ନ ନଦୀ ପାଖରେ 16ଟି ପାଇପଲାଇନ ପ୍ରକଳ୍ପ କରାଯାଉଛି । ଏହି ପ୍ରକଳ୍ପ ଜଳ ସଂରକ୍ଷଣ ସହ ଭୂତଳ ଜଳର ମଧ୍ୟ ସଂରକ୍ଷଣ ପାଇଁ କାର୍ଯ୍ୟ କରିବ ।''
ଜଳସମ୍ପଦ ବିଭାଗରେ ଯୋଗ ଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ''ନୂତନ ପ୍ରକଳ୍ପର ଅନ-ସାଇଟ୍ ତଦାରଖ କରିବା ସହ ସଂପୂର୍ଣ୍ଣ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ତଥା କୃଷି ଜମିକୁ ପରିକଳ୍ପିତ ଜଳସେଚନ ସୁନିଶ୍ଚିତ କରିବା ପାଇଁ ଜୁନିୟର ଇଞ୍ଜିନିୟରମାନଙ୍କର ଅଧିକ ଭୂମିକା ରହିଛି । ଏଣୁ ଆପଣମାନେ ଲୋକମାନଙ୍କ ପ୍ରତି ଉତ୍ସାହ, ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ସହିତ କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Millets Divas: ଆସନ୍ତାକାଲି ପାଳିବ ରାଜ୍ୟ, ଆୟୋଜିତ ହେବ ବ୍ୟାପକ କାର୍ଯ୍ୟକ୍ରମ

ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ''ରାଜ୍ୟ ପାଇଁ ପରିବର୍ତ୍ତନଶୀଳ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହା ରାଜ୍ୟକୁ ଅନ୍ୟ ରାଜ୍ୟ ମଧ୍ୟରେ ଏକ ଉଚ୍ଚ ପଦବୀରେ ରଖିବ । ଦାୟିତ୍ବ ଏବଂ ଲୋକଙ୍କ ପ୍ରତି ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ମନ୍ତ୍ରୀ ନୂତନ ଇଞ୍ଜିନିୟରମାନଙ୍କୁ ନିବେଦନ କରିଛନ୍ତି । ତିନିଜଣ ନୂତନ ଇଞ୍ଜିନିୟର ସ୍ଥିତପ୍ରଜ୍ଞ ବିଶ୍ବାଳ, ଲୋକେଶ ବାଲ ଏବଂ ନିକିତା ମାଝୀ ସେମାନଙ୍କ ଅଭିଜ୍ଞତା ବାଣ୍ଟିଛନ୍ତି । ସେମାନେ 5T ଏବଂ ମୋ ସରକାରଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନଶୀଳ ପଦକ୍ଷେପ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।''

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ଭଳି ଏକ କୃଷି ପ୍ରଧାନ ରାଜ୍ୟରେ ଜଳ ସମ୍ପଦର ସୁପରିଚାଳନା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ବ୍ୟାପକ ଶିଳ୍ପାୟନ, ବନ୍ୟା ପରିଚାଳନା, ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଏହି ବିଭାଗର ଦାୟିତ୍ବ ବେଶ୍‍ ଗୁରୁତ୍ବପୂର୍ଣ୍ଣ ବୋଲି ଅତିରିକ୍ତ ଶାସନ ସଚିବ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 10, 2022, 3:09 PM IST

ABOUT THE AUTHOR

...view details