ଭୁବନେଶ୍ବର: ଜଣକ ବଦଳରେ ରାଜଧାନୀରେ ରହିବେ ୨ଜଣ ଡିସିପି । ସହରରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ପୋଲିସ ଜିଲ୍ଲାକୁ ଦୁଇ ଭାଗ କରାଯିବ ନେଇ ସୂଚନା ଦେଇଛନ୍ତି କମିଶନର ସତ୍ୟଜିତ ମହାନ୍ତି ।
ରାଜଧାନୀରେ ଜନସଂଖ୍ଯା ବୃଦ୍ଧି ସହ ଗାଡି, ଅପରାଧ ମଧ୍ୟ ବଢ଼ିବାରେ ଲାଗିଛି । ସହରକୁ ଅପରାଧ ମୁକ୍ତ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କମିଶନର । ଏଥିସହିତ ସହରରେ 3ଟି ନୂଆ ଥାନା ଗଠନ ପାଇଁ ଡ଼ିଜିପିଙ୍କୁ ପ୍ରସ୍ତାବ ମଧ୍ୟ ସେ ଦେଇଛନ୍ତି । ସହିଦ ନଗର, ଖଣ୍ଡଗିରି ଓ ମାନେଶ୍ୱର ଥାନାକୁ ବିଭକ୍ତ କରାଯିବ । ସେହିପରି ରାଜଧାନୀକୁ ଦୁଇଟି ୟୁପିଡ଼ିରେ ବିଭକ୍ତ କରାଯିବ । ଯଥା ଉତ୍ତର ଜୋନ ଏବଂ ଅନ୍ଯଟି ଦକ୍ଷିଣ ଜୋନ୍ ।