ଓଡିଶା

odisha

ETV Bharat / state

ରାଜଧାନୀରେ ଜମୁଛି ତୋଷାଳି ମେଳା, ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ୭ ଫୁଟର ଦୀପ - ଆୟୋଜିତ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ରାଜଧାନୀରେ ଜମୁଛି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ‘ତୋଷାଳି’ ଜାତୀୟ ହସ୍ତଶିଳ୍ପ ମେଳା । ସାଂସ୍କୃତିକ ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଲୋକ ସଂସ୍କୃତି ର ନୃତ୍ୟରେ ଦୁଲୁକୁଛି ହସ୍ତଶିଳ୍ପ ମେଳାର ମଞ୍ଚ । ଅଧିକ ପଢ଼ନ୍ତୁ

‘ତୋଷାଳି’ ଜାତୀୟ ହସ୍ତଶିଳ୍ପ ମେଳା
‘ତୋଷାଳି’ ଜାତୀୟ ହସ୍ତଶିଳ୍ପ ମେଳା

By

Published : Feb 11, 2023, 10:18 PM IST

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ବର: ଡ଼ିଶାର କଳା, ସଂସ୍କୃତି ତଥା ଜୀବନଶୈଳୀ ର ପ୍ରତିଟି ରମଣୀୟ ଜିନିଷ ମିଳୁଛିଜାତୀୟ ହସ୍ତତନ୍ତ ମେଳାରେ ।ଏହି ମେଳା ଫେବୃଆରୀ ୧ରୁ ଆରମ୍ଭ ହୋଇଥିବା ବେଳେ ୧୨ ଯାଏ ପର୍ଯ୍ୟନ୍ତ ଚାଲିବ। ଏଠାରେ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ କାରିଗରଙ୍କର ପାରମ୍ପାରିକ ହାତ ତିଆରି ଜିନିଷ ମିଳୁଥିବାରୁ ସନ୍ଧ୍ୟା ହେଲେ ଲୋକଙ୍କ ଭିଡ ଲାଗୁଛି। କାରଣ ଲୋକଙ୍କର ପସନ୍ଦର ଜିନିଷ ହାତ ପାହାନ୍ତାରେ ମିଳିଯାଉଛି। ଖାଲି ସେତିକି ନୁହେଁ ଲୋକେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସୁସ୍ୱାଦୁ ତଥା ପାରମ୍ପରିକ ବ୍ୟଞ୍ଜନ ମନଭରି ଉପଭୋଗ କରୁଛନ୍ତି । ମେଳାରେ ଦେଶର ବିଭିନ୍ନ ରାଜ୍ୟରୁ ଚଳିତ ବର୍ଷ ୫୬୦ ଜଣ ବୁଣାକାର ଓ କାରିଗର ଅଂଶ ଗ୍ରହଣ କରିଛନ୍ତି। ପ୍ରତ୍ୟେକ ଦିନ ୨.୩୦ ରୁ ରାତି ୯.୩୦ ଯାଏ ଏହି ମେଳା ଖୋଲା ରହୁଥିବା ବେଳେ ଏଥର ମେଳାରେ ହକିର ପ୍ରଚାର ପ୍ରସାର ପାଇଁ ଦେଖିବାକୁ ମିଳିଥିଲା ଚାବି ରିଙ୍ଗ । ତାସହ ପାରମ୍ପରିକ ନେକଲେସ୍ ଓ କାନ ଫୁଲ ବି ବେଶ ଆକର୍ଷିତ କରିଛି ରାଜଧାନୀବାସୀଙ୍କୁ ।

ପ୍ରିୟଦର୍ଶୀ ଜୁଏଲାରୀରେ ଏହି ନିଆରା ଜିନିଷ ମିଳୁଥିବା ବେଳେ ଏଠାରେ ପଦର୍ଶିତ ସମସ୍ତ ଜିନିଷ ଅଦରକାରୀ କାଠରୁ ତିଆରି ହୋଇଛି । ଯାହା ବେଶ ପସନ୍ଦ ଲାଗୁଛି ଗ୍ରାହକଙ୍କୁ । ହକିର ପ୍ରଚାର ପାଇଁ ହକି ଷ୍ଟିକରେ ଚାବି ରିଙ୍ଗ ସହ ମାସ୍କଟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଚିତ୍ରକୁ ନେଇ ଚାବି ରିଙ୍ଗ ତିଆରି ହୋଇଛି ଯାହା ଦର୍ଶକଙ୍କୁ ବେଶ ବିମୋହିତ କରୁଛି। କାନ ଫୁଲ ଓ ନେକଲେସ୍ ଭିତରେ ଓଡିଶା ପରମ୍ପରା ଯେପରିକି କୋଣାର୍କ ଚକ ଜଗନାଥ ମନ୍ଦିର କଣ ଫୁଲରେ ରହିଥିବା ବେଳେ ନେକଲେସରେ ଲକ୍ଷ୍ମୀ ନାରାୟଣ ଙ୍କ ମାନଭଞ୍ଜନ ଫୋଟୋ ବା ରସୋଗଲା ର ଗାଥା ବକ୍ଷଣ ଯାଇଛି । ତେଣୁ ଗ୍ରାହକମାନେ ଏହି ପାରମ୍ପରିକ ଗହଣା ଓ କାନ ଫୁଲ ଓ ବିଶ୍ୱ ଦରବାରରେ ଆମକୁ ପରିଚୟ ଦେଇଥିବା ହକି କୁ ନେଇ ପ୍ରସ୍ତୁତ ଚାବି ରିଙ୍ଗ କିଣିନେଉଛନ୍ତି।

ଆଉ ନିଜର ଏହି ନିଆରା ସାମଗ୍ରୀ ର ଚାହିଦା ସହ ଭଲ ବିକ୍ରୀକୁ ଦେଖି ବ୍ୟବସାୟ ବି ବେଶ ଖୁସି ପ୍ରକଟ କରିଛନ୍ତି। ଖାଲି ଏହି ସବୁ ନିଆରା ସାମଗ୍ରୀ ନୁହେଁ ବୁଣାକାରଙ୍କ ହାତର ସ୍ପର୍ଶରେ ପ୍ରସ୍ତୁତି ଶାଢ଼ୀ, ଡ୍ରେସ, ପିତଳ ତମ୍ବା କଥା କପଡା କଇଁଛ ମାଳି, ଅଦରକାରୀ କଥା ଓ ପେପର ପ୍ରକାର ଘରରକରଣା ଜିନିଷ ଲୋକଙ୍କୁ ବେଶ ପସନ୍ଦ ଆସୁଥିବା ବେଳେ ରାଜଧାନୀବାସୀ କାମରୁ ଟିକିଏ ଫୁରସତ ପାଇଁ ମେଳା ବୁଲି ଖାଇବାର ମଜା ଉଠାଇବା ସହ ଜିନିଷ କିଣି ଖୁସି ହେଉଛନ୍ତି ।

ଅନ୍ୟପଟେ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ୭ ଫୁଟର ଦୀପ । ଏହି ଦୀପର ଦାମ ୩ ଲକ୍ଷ ୩୮ ହଜାର ୨୮୦ ଟଙ୍କା ହୋଇଥିବା ବେଳେ ତିନି ବର୍ଷ ଲାଗୁଛି ଏହାର ପ୍ରସ୍ତୁତିକୁ । ବ୍ରାସ ରେ ପ୍ରସ୍ତୁତ ଏହି ବଡ ଦୀପରେ ରହିଛି ୧୦୮ ଦୀପର ଶାଖା । ଯେଉଁଥିରେ ଏକକାଳୀନ ୧୦୮ ଦୀପ ପ୍ରଜ୍ବଳିତ ହୋଇପାରିବ । ତେଣୁ ଏଭଳି ଏକ ସୁଉଚ୍ଚ ଦୀପ ଦେଖି ଲାକମାନେ ଟିକିଏ ଅଟକି ଯାଉଛନ୍ତି ଆଉ ତାର ଦାମ ପଚାରୁଛନ୍ତି । ଅଧିକ ଦାମ ଥିବାରୁ ଯଦିଓ ଲୋକମନେ ଏଯାବତ ନେଇନାହାନ୍ତି କିନ୍ତୁ ଏଭଳି ନିଆରା ଦୀପ ମେଳାରେ ଦେଖି ଖୁସି ହେଉଛନ୍ତି । ଅନ୍ୟପଟେ ଏହି ଦୀପ ପ୍ରସ୍ତୁତି କାଉଥିବା କାରିଗର ଅଭୟ କହିଛନ୍ତି ଯେ ଏଭଳି ଦୀପ ଆମେ ୪ ଟି କରିଥିବା ବେଳେ ୩ଟି ବିକ୍ରି ହୋଇଯାଇଛି । ଆଉ ଗୋଟିଏ ରହିଛି ତେଣୁ ରହକୁ ଆମେ ମେଳାରେ ପାଦର୍ଶିତା କରିଛୁ ଯଦି ଆଗାମୀ ଦିନରେ ଏଭଳି ଦୀପର ଅଡର ମିଳେ ତେବେ ଆମେ ପୁଣି ପ୍ରସ୍ତୁତି କରିବୁ । ବିଶେଷ ଭାବେ ଏହି ଦୀପ ମନ୍ଦିର କୁ ନେଉଥିବା କହିଛନ୍ତି ଦୀପ କାରିଗର।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details