ଭୁବନେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡିରେ ପୁଣି ୧୩ ଟି ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଡିଏନଏ ପରୀକ୍ଷା ଆଧାରରେ ଏମ୍ସ, ବିଏମସି ଜିଆରପି ଅଧିକାରୀଙ୍କ ସମନ୍ବୟରେ ଏହି ୧୩ଟି ମୃତଦେହକୁ ମୃତକଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଗତକାଲି ୬ଟି ମୃତଦେହକୁ ହସ୍ତାନ୍ତର କରାଯାଇଥିବାବେଳେ ଏହାକୁ ମିଶାଇ ମୋଟ ୧୯ଟି ହସ୍ତାନ୍ତର କରାଯାଇଛି ।
ସେଥିମଧ୍ୟରୁ ୪ଟି ମୃତଦେହ ବିହାର, ୮ଟି ପଶ୍ଚିମବଙ୍ଗ ଏବଂ ଗୋଟିଏ ମୃତଦେହକୁ ଝାଡଖଣ୍ଡକୁ ପଠାଇ ଦିଆଯାଇଛି । ତେବେ ମୃତକଙ୍କ ମର ଶରୀର ନେବା ସମୟରେ ପରିବାରଙ୍କ ପାଇଁ ଆମ୍ବୁଲାନ୍ସ ଏବଂ ଏସକର୍ଟ ଗାଡି ଓଡିଶା ସରକାର ଏବଂ ପୂର୍ବତଟ ରେଳବାଇ ଦ୍ବାରା ବ୍ୟବସ୍ଥା କରାଯାଇଛି । ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ତଥା ରେଳମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ରେଳବାଇ ଦ୍ବାରା ପରିବାର ସଦସ୍ୟଙ୍କ ସମ୍ପର୍କୀୟଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଛି । ଦାବିଦାର ଆସିବା ପର୍ଯ୍ୟନ୍ତ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିବ।
ଏହା ବି ପଢନ୍ତୁ- ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ, ଏବେ ବି ପରିଚିତଙ୍କୁ ଖୋଜୁଛି ମୃତଦେହ
ସୂଚନା ଅନୁଯାୟୀ ଏମ୍ସରେ ୮୧ଟି ମୃତଦେହରୁ ଗତକାଲି ୨୯ଟି ଡିଏନଏ ରିପୋର୍ଟ ଆସିବା ପରେ ସେଥିମଧ୍ୟରୁ ୬ଟି ମୃତଦେହକୁ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଆଜି ଆହୁରି ମୃତଦେହ ଚିହ୍ନଟ ହୋଇଥିବା ବେଳେ ଆଜି ୧୩ଟି ମୃତଦେହ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ସମସ୍ତେ ନିଜ ଅଞ୍ଚଳକୁ ମୃତଦେହ ନେଇଥିବା ଜଣାପଡିଛି । ଅନ୍ୟପଟେ ଭୁବନେଶ୍ଵରରେ ବିଏମସି ପକ୍ଷରୁ ଭରତପୁର ଏବଂ ସତ୍ୟନଗର ଶ୍ମଶାନ ଦୁଇଟିରେ ମୃତଦେହକୁ ଦାହ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଏହା ବି ପଢନ୍ତୁ-Train Tragedy: ୨୯ ମୃତକଙ୍କ ଆସିଲା DNA ରିପୋର୍ଟ, ଆଜି ମୃତଦେହ ହସ୍ତାନ୍ତର ହେବ
ତେବେ ଆଜକୁ ବାହାନଗା ଟ୍ରେନ ଦୁର୍ଘଟଣାକୁ ଏକ ମାସ ପୁରିଛି । ଜୁନ ମାସ ୨ ତାରିଖରେ ବାହାନଗାରେ ତିନୋଟି ଟ୍ରେନ ମଧ୍ୟରେ ହୋଇଥିଲା ଦୁର୍ଘଟଣା । ଇତି ମଧ୍ୟରେ ୨୯୧ ଜଣ ମୃତ୍ୟୁ ଘଟିଥିବା ବେଳେ ଏକ ହଜାରରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଥିବା ବେଳେ ଘଟଣାସ୍ଥଳରେ ୨୮୮ ଏବଂ ଏସସିବିରେ ୩ଜଣଙ୍କ ମୃତ୍ୟୁ ଘଟିଛି । ୧ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ଚାଲିଛି । ଏହି ମର୍ମନ୍ତୁଦ ଦୁର୍ଘଟଣା ଦେଶ ସମେତ ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । ଏ ନେଇ ବିଶ୍ବ ନେତାମାନେ ମଧ୍ୟ ଶୋକ ପ୍ରକାଶ କରିଥିଲେ ।