ଓଡିଶା

odisha

ETV Bharat / state

ବନ୍ଦ ସ୍କୁଲ ଘରୁ ରକ୍ତ ଜୁଡୁବୁଡୁ ଯୁବକ ଉଦ୍ଧାର, ଯୌନାଙ୍ଗରେ ଗଭୀର କ୍ଷତ

ପାଟଣା ଥାନା ସଅଁରାପଶି ଗ୍ରାମର ଏକ ବନ୍ଦ ସ୍କୁଲ ଘର ଭିତରରୁ ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଛନ୍ତି ପରିବାର ଲୋକେ । ଦୀପକଙ୍କ ଯୌନାଙ୍ଗରେ ଗଭୀର କ୍ଷତ ହୋଇଛି।

By

Published : Apr 26, 2019, 1:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

କେନ୍ଦୁଝର: ପାଟଣା ଥାନା ସଅଁରାପଶି ଗ୍ରାମର ଏକ ବନ୍ଦ ସ୍କୁଲ ଘର ଭିତରରୁ ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଛନ୍ତି ପରିବାର ଲୋକେ । ଏହାପରେ ପରିବାର ଲୋକେ ଆହତ ଦୀପକ ମହାନ୍ତିଙ୍କୁ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ପରେ ଦୀପକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

ସୂଚନା ଅନୁସାରେ ଦୀପକଙ୍କ ଯୌନାଙ୍ଗରେ ଗଭୀର କ୍ଷତ ହୋଇଛି । ବର୍ତ୍ତମାନ ସୁଧା ଏହି ଘଟଣାର ପ୍ରକୃତ କାରଣ ଜଣା ପଡ଼ିନାହିଁ । ସେ ଏକ ଟେଣ୍ଟ ହାଉସ ମାଲିକ ବୋଲି ଜଣା ପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details