ଓଡିଶା

odisha

ETV Bharat / state

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

କେନ୍ଦୁଝର ଜିଲ୍ଲା ରମ୍ପାକୋଟ ଗାଁରେ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ପ୍ରାଣ ହରାଇଛି । ପୋଲିସର ତଦନ୍ତ ଜାରି ।

By

Published : Jun 25, 2019, 9:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜିଲ୍ଲାର ପିଠାଗୋଳା ଗ୍ରାମ ପଞ୍ଚାୟତରେ ଅଘଟଣ । ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଯୁବକ ଜଣକ ରମ୍ପାକୋଟ ଗାଁର ବ୍ରହ୍ମାନନ୍ଦ ସାହୁଙ୍କ ପୁଅ ବିବେକ ସାହୁ ବୋଲି ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନା ମୁତାବକ, ଆଜି (ମଙ୍ଗଳବାର) ସନ୍ଧ୍ୟା ସମୟରେ ଯୁବକ ଜଣକ ଘରପଛ ପାଖ ବଗିଚା ନିକଟରେ ବସିଥିବା ଟ୍ରାନ୍ସଫର୍ମର ନିକଟରେ କୌଣସି କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ସେ ଘଟଣାସ୍ଥଳରେ ଗୁରୁତର ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି ।

ଖବରପାଇ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details