ଓଡିଶା

odisha

ETV Bharat / state

ଜଳିଗଲା ବରଯାତ୍ରୀ ବସ୍‌, ଜଣେ ଜୀବନ୍ତ ଦଗ୍ଧ

ଏକ ବରଯାତ୍ରୀ ବସରେ ନିଆଁ ଲାଗିବାକୁ ଜଣଙ୍କ ଜୀବନ ଚାଲିଯାଇଛି । ଗତ ବୁଧବାର ବିଳମ୍ବିତ ରାତିରେ ଘଟିଥିଲା ଏହି ଅଘଟଣ । ଅନ୍ୟପଟେ ପୋଲିସ ତଦନ୍ତ ଜାରି ରଖିଛି ।

By

Published : Mar 14, 2019, 12:28 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜିଲ୍ଲାର ଘଟଗାଁ ଥାନା ଅଧିନସ୍ଥ ସାନ୍ତରାପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଏକ ବରଯାତ୍ରୀ ବସ୍‌ରେ ନିଆଁ ଲାଗିଯିବାରୁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।

ଗତ ବୁଧବାର ବିଳମ୍ବିତ ରାତିରେ ଘଟଗାଁର ସାନ୍ତରାପୁର ଗ୍ରାମରୁ କନ୍ୟା ନେଇ ବର ଘରକୁ ଫେରିଥିଲା ବରଯାତ୍ରୀ ବସ୍ । ତେବେ ବରଘର ନିକଟରେ ବସ୍‌ଟି ଛିଡା ହୋଇଥିବା ବେଳେ କୌଣସି କାରଣରୁ ବସ୍‌ରେ ନିଆଁ ଲାଗିଯାଇଥିଲା । ଫଳରେ ବସ୍‌ରେ ଥିବା ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଅନ୍ୟପକ୍ଷରେ ମୃତକଙ୍କ ପରିଚୟ ମିଳି ପାରି ନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details