ଓଡିଶା

odisha

ETV Bharat / state

ବନୀକରଣରେ ଗାତ ଖୋଳିଥିବା ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ

କେନ୍ଦୁଝରରେ ବନୀକରଣରେ ଗାତ ଖୋଳିଥିବା ଶ୍ରମିକଙ୍କୁ ପାରିଶ୍ରମିକ ମିଳି ନ ଥିବା ଅଭିଯୋଗ । ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଅଭିଯୋଗ କଲେ ଶ୍ରମିକ । ଅଧିକ ପଢନ୍ତୁ....

By

Published : Aug 1, 2020, 8:35 AM IST

Workers who dug holes in afforestation were found to be unpaid in kendujhar
ବନୀକରଣରେ ଗାତ ଖୋଳିଥିବା ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଦେଓବନ୍ଧ ଫରେଷ୍ଟ ରେଞ୍ଜରେ ଜଙ୍ଗଲ ବିଭାଗର ଦୁର୍ନୀତି ପିଛା ଛାଡୁ ନାହିଁ । ପୁର୍ବରୁ ବନୀକରଣ କରିବା ନେଇ ଦୁର୍ନୀତି ପଦାକୁ ଆସିବା ପରେ ଦୁଇଜଣ କର୍ମଚାରୀ ନିଲମ୍ବିତ ହୋଇଥିଲେ । ଏବେ ସେହି କାର୍ଯ୍ୟରେ ଗାତ ଖୋଲିବାରେ ନିୟୋଜିତ ହୋଇଥିବା ସ୍ଥାନୀୟ ଲୋକଙ୍କ ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି ।

ବନୀକରଣରେ ଗାତ ଖୋଳିଥିବା ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ

ସ୍ଥାନୀୟ କାଳୀମାଟି ଗାଁର ୨୦ ରୁ ଅଧିକ ଶ୍ରମିକ ଗଛ ଲଗାଇବା ପାଇଁ ଗାତ ଖୋଲିଥିଲେ । ଜାନୁଆରୀ ମାସରୁ କାର୍ଯ୍ୟ କରିଥିବା ବେଳେ ଏପର୍ଯ୍ୟନ୍ତ ଗାତ ଖୋଳା ବାବଦକୁ ଟଙ୍କା ପାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଶ୍ରମିକମାନେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ହେଲେ, ବନଖଣ୍ଡ ଅଧିକାରୀଙ୍କ ଏନେଇ ପ୍ରତିକ୍ରିୟା ମିଳିପାରି ନାହିଁ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details