କେନ୍ଦୁଝର: 7 ଦଫା ଦାବି ନେଇ ପ୍ଲାଣ୍ଟ ଆଗରେ ଧାରଣା ଦେଲେ ଶ୍ରମିକ । କେନ୍ଦୁଝର ସ୍ଥିତ ଏମଏସପି ସ୍ପଞ୍ଜ ଆଇରନ କାରଖାନା ଚାଲୁହେବା ପରେ ସମସ୍ତ ପ୍ରତିଶ୍ରୁତି ଭୁଲି ଜିଲ୍ଲା ବାହାରର ଶ୍ରମିକ ନିଯୁକ୍ତି ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନସାଧାରଣ । ସୋମବାର କାରଖାନା ସମ୍ମୁଖରେ ଶତାଧିକ ସ୍ଥାନୀୟ ଯୁବକ ଓ ଛଟେଇ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ହଳଦିଆଗୁଣା ଠାରେ ଏମଏସପି ସ୍ପଞ୍ଜ ଆଇରନ କାରଖାନା କାର୍ଯ୍ୟକ୍ଷମ ହୋଇଆସୁଛି । ଉକ୍ତ କାରଖାନା ହେଲେ ସ୍ଥାନୀୟ ନିଯୁକ୍ତିକୁ ପ୍ରାଧାନ୍ୟ ଦେବ ବୋଲି ପ୍ରକାଶ କରିଥିଲା । ଏହା ସହ କାର୍ଯ୍ୟରତ ଶ୍ରମିକଙ୍କ ମୌଳିକ ସୁବିଧା କମ୍ପାନୀ କର୍ତ୍ତୁପକ୍ଷ ଯୋଗାଇ ଦେଉନଥିବା ଅଭିଯୋଗ ହୋଇଛି । ଛଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଓ ତାଙ୍କ ବକେୟା ଦରମା ପ୍ରଦାନ, ସମସ୍ତ ଶ୍ରମିକଙ୍କୁ ପେମେଣ୍ଟ ସ୍ଲିପ ପ୍ରଦାନ, ୧୨ଘଣ୍ଟା ବଦଳରେ ୮ ଘଣ୍ଟା କାର୍ଯ୍ୟ ସମୟ କରିବା, ସରକାରୀ ନିୟମ ଅନୁସାରେ ଦରମା ପ୍ରଦାନ, ଶ୍ରମିକଙ୍କୁ ସେଫ୍ଟଟି ଉପକରଣ ପ୍ରଦାନ ଏବଂ ଲକଡାଉନ ସମୟରେ ସମସ୍ତ ଶ୍ରମିକଙ୍କ ଦରମା ପ୍ରଦାନ ଦାବି କରି ଶତାଧିକ ଶ୍ରମିକ ଏହି ଆନ୍ଦୋଳନ ଜାରି ରଖିଛନ୍ତି ।