ଓଡିଶା

odisha

ETV Bharat / state

ନୂଆଗାଁ ଗ୍ରାମରୁ ଲକ୍ଷାଧିକ ଟଙ୍କାର ଶାଳକାଠ ଜବତ, 2 ଅଟକ

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ରେଞ୍ଜ ଅନ୍ତର୍ଗତ ନୂଆଗାଁ ଗ୍ରାମରେ ୫ ଲକ୍ଷରୁ ଊର୍ଦ୍ଧ୍ବ ବେଆଇନ କାଠ କାରବାର ଚାଲିଥିବା ନେଇ ସ୍ଥାନୀୟ ବନବିଭାଗକୁ ଖବର ମିଳିଥିଲା। ଫଳରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଶାଳକାଠ ଜବତ କରାଯାଇଥିଲା।

By

Published : Mar 8, 2019, 5:58 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ରେଞ୍ଜ ଅନ୍ତର୍ଗତ ନୂଆଗାଁ ଗ୍ରାମରେ ୫ ଲକ୍ଷରୁ ଊର୍ଦ୍ଧ୍ବ ବେଆଇନ କାଠ କାରବାର ଚାଲିଥିବା ନେଇ ସ୍ଥାନୀୟ ବନବିଭାଗକୁ ଖବର ମିଳିଥିଲା। ଫଳରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଶାଳକାଠ ଜବତ କରାଯାଇଥିଲା।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଏଥିରେ ସଂପୃକ୍ତ 2 ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଡିଏଫଓ ଅଜିତ କୁମାର ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଅତିରିକ୍ତ ତହସିଲଦାର ଏସିଏଫ ସୁରେଶ କୁମାର ସ୍ୱାଇଁ, ବନପାଳ ନବକିଶୋର ନାୟକ, ମଳୟ କୁମାର ସାହୁ, ଶ୍ୟାମ ସୁନ୍ଦର ସାହୁ, ଜୋସ୍ନାରାଣୀ ଜେନା, ମିନତୀ ସେଠୀ ଏବଂ ସମସ୍ତ ବନଖଣ୍ଡ କର୍ମଚାରୀମାନେ ଉପସ୍ଥିତ ରହିବା ସହ ସ୍ଥାନୀୟ ପୋଲିସ କର୍ମଚାରୀମାନେ ଏହି ଚଢ଼ାଉ ସମୟରେ ଉପସ୍ଥିତ ରହିଥିଲେ ।


ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details