ଓଡିଶା

odisha

ETV Bharat / state

ଗର୍ଭବତୀଙ୍କୁ ଦିଆଯାଉଛି ପୋକରା ଛତୁଆ, CDPO ଅଫିସ ଘେରିଲେ ମହିଳା - ଛତୁଆ

ଛତୁଆରୁ ବାହାରୁଛି ପୋକ । ବିରୋଧ କରି ହରିଚନ୍ଦନପୁର ସିଡିପିଓଙ୍କ କାର୍ଯ୍ଯାଳୟ ଆଗରେ ଧାରଣାରେ ବସିଲେ ଗାଁର ମହିଳା। ଅଧିପ ପଢନ୍ତ...

ପୋକରା ଛତୁଆ ପାଇଁ ସିଡିପିଓ ଅଫିସ ଘେରିଲେ ମହିଳା
ପୋକରା ଛତୁଆ ପାଇଁ ସିଡିପିଓ ଅଫିସ ଘେରିଲେ ମହିଳା

By

Published : Aug 12, 2021, 9:49 AM IST

କେନ୍ଦୁଝର:ଗର୍ଭବତୀ ମହିଳା ଓ କୋମଳମତି ଶିଶୁମାନଙ୍କୁ ଦିଆଯାଉଥିବା ଛତୁଆ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରି ପୋକରା ଛତୁଆ ଢାଳି ହରିଚନ୍ଦନପୁର ସିଡିପିଓଙ୍କ କାର୍ଯ୍ଯାଳୟ ଆଗରେ ଧାରଣାରେ ବସିଲେ ଗାଁର ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଠାକୁରପଡାରେ ।

ପୋକରା ଛତୁଆ ପାଇଁ ସିଡିପିଓ ଅଫିସ ଘେରିଲେ ମହିଳା

ସୂଚନା ଅନୁସାରରେ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଠାକୁରପଡାରେ ଅଙ୍ଗନବାଡି ଦିଦିମାନେ ଛତୁଆ ବଣ୍ଟନ କରିଥିଲେ । ସରକାରଙ୍କ ତରଫରୁ ଯୋଗାଯାଇଥିବା ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ଛତୁଆରୁ ପୋକ ବାହାରୁ ଥିବା କହୁଛନ୍ତି ଗାଁର ମହିଳା । ଏହାର ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ମହିଳାମାନେ ଧାରଣା ଦେଇଥିଲେ । ତେବେ ସିଡିପିଓ ଏହି ଘଟଣାର ତଦନ୍ତ କରିବାର ପ୍ରତିଶୃତି ଦେବା ପରେ ଧାରଣାରୁ ମହିଳାମାନେ ହଟିଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details