ଓଡିଶା

odisha

ETV Bharat / state

ହାତୀ ଆକ୍ରମଣରେ ଗୁରୁତର ମହିଳା ମେଡିକାଲରେ ଭର୍ତ୍ତି

ପୋଇପାଣି ଗ୍ରାମରେ ମହିଳାଙ୍କୁ ଆକ୍ରମଣ କରିଛି ବଣୁଆ ହାତୀ । ଗୁରୁତର ଅବସ୍ଥାରେ ଆହତ ମହିଳା ପାର ମୁଣ୍ଡାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି
ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

By

Published : Jun 17, 2020, 1:17 PM IST

କେନ୍ଦୁଝର: ପୁଣି ଗାଁ ମୁହାଁ ବଣୁଆ ହାତୀ। କେନ୍ଦୁଝର ଜିଲ୍ଲାର ବନଖଣ୍ଡ ଅନ୍ତର୍ଗତ ପୋଇପାଣି ଗ୍ରାମରେ ମହିଳାଙ୍କୁ ଆକ୍ରମଣ କରିଛି ବଣୁଆ ହାତୀ । ବୁଧବାର ସକାଳୁ ପୋଇପାଣି ଗାଁ ପାର ମୁଣ୍ଡା ଓ ଟୁଙ୍ଗୁରି ମୁଣ୍ଡା ଶୌଚ ହେବା ପାଇଁ ଯାଇଥିବା ବେଳେ ପଛପଟୁ ଏକ ବଣୁଆ ହାତୀ ଆସୁଥିଲା ।

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

ହାତୀଟିକୁ ଦେଖି ମହିଳା ଦୁଇ ଜଣ ଦୌଡ଼ିବା ଆରମ୍ଭ କରିଥିଲେ। ହେଲେ ଜଣେ ପଡିଯିବା ପରେ ହାତୀଟି ପାର ମୁଣ୍ଡା କୁ ଦଳି ଦେଇଥିଲା। ଗୁରୁତର ଅବସ୍ଥାରେ ଆହତ ମହିଳା ପାର ମୁଣ୍ଡାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details