ଓଡିଶା

odisha

ETV Bharat / state

ପ୍ରାକୃତିକ ସମ୍ପଦରେ ଭରପୂର ଓଡିଶା ଗରିବ କାହିଁକି: ଅମିତ ଶାହା

ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ଅବସରରେ ଶାହା କହିଛନ୍ତି ଯେ ନିର୍ବାଚନ ପ୍ରଚାର ପାଇଁ ସେ ସମଗ୍ର ଦେଶ ବୁଲି ସାରିଲେଣୀ। ମାତ୍ର ସବୁସ୍ଥାନରେ ତାଙ୍କୁ କେବଳ ମୋଦି ମୋଦି ହିଁ ଶୁଣିବାକୁ ମିଳୁଛି।ଅର୍ଥାତ ଦେଶବାସୀ ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି।

By

Published : Apr 12, 2019, 2:06 PM IST

Updated : Apr 12, 2019, 4:32 PM IST

ଫାଇଲ ଫଟୋ

କେନ୍ଦୁଝର: ପୁଣି ରାଜ୍ୟର 2019 ନିର୍ବାଚନ ରଣାଙ୍ଗନରେ ବିଜେପିର ସେନାପତି ଅମିତ ଶାହା । କେନ୍ଦୁଝରର ମେଡିକାଲ କଲେଜ ପଡିଆରେ ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସେ ଉଭୟ ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ଅବସରରେ ଶାହା କହିଛନ୍ତି ଯେ ନିର୍ବାଚନ ପ୍ରଚାର ପାଇଁ ସେ ସମଗ୍ର ଦେଶ ବୁଲି ସାରିଲେଣି । ମାତ୍ର ସବୁସ୍ଥାନରେ ତାଙ୍କୁ କେବଳ ମୋଦି ମୋଦି ହିଁ ଶୁଣିବାକୁ ମିଳୁଛି । ଅର୍ଥାତ ଦେଶବାସୀ ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ବିକାଶ ପ୍ରସଙ୍ଗରେ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ଶାହା । ଏନେଇ ସେ କହିଛନ୍ତି 19 ବର୍ଷ ବର୍ଷ ଧରି କ୍ଷମତାରେ ରହିବା ପରେ ମଧ୍ୟ ରାଜ୍ୟର ବିକାଶ ହୋଇ ପାରିନାହିଁ । ପ୍ରାକୃତିକ ସମ୍ପଦରେ ଭରପୂର ଥିବା ଓଡିଶା ଆଜି ଗରିବ କାହିଁକି ବୋଲି ଜବାବ ମାଗିଛନ୍ତି । କେନ୍ଦୁଝର ମେଡିକାଲ କଲେଜର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଉଛନ୍ତି । ଡିଷ୍ଟ୍ରିକ ମିନେରାଲ ଫଣ୍ଡ ମାଧ୍ୟମରେ ଜିଲ୍ଲାକୁ 1600 କୋଟି ମିଳିଛି । ତଥାପି ଏହାର ଉପଯୁକ୍ତ ବିନିଯୋଗ ହୋଇ ପାରିନଥିବା ସେ ଦର୍ଶାଇଛନ୍ତି ।

ଏହି ସାମବେଶରେ ଲୋକସଭା ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ ସାତଟି ବିଧାନସଭା ପ୍ରାର୍ଥୀ ମଞ୍ଚରେ ଉପସ୍ଥିତ ଥିଲେ । ତେବେ ଶାହାଙ୍କ ଭାଷଣ ପରେ କର୍ମୀଙ୍କ ମହଲରେ ଉତ୍ସାହର ମାହୋଲ ଖେଳିଯାଇଥିବା ଦେଖିବାକୁ ମିଳିଛି ।


କେନ୍ଦୁଝରରୁ ସ୍ମୃତିରଞ୍ଜନ ବିହାରୀଙ୍କ ସହ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Apr 12, 2019, 4:32 PM IST

ABOUT THE AUTHOR

...view details