ଓଡିଶା

odisha

ETV Bharat / state

ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା - ଆନନ୍ଦପୁର

ଆସ ଜୀବନଧନ, ମୋର ପଖାଳକଂସା। ପ୍ରକୃତରେ ପଖାଳକଂସାକୁ ଓଡିଆଙ୍କ ଜୀବନଧନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସଜପଖାଳ ହେଉ କିମ୍ବା ବାସିପଖାଳ, ଖାଇବାର ମଜା ଅତ୍ୟନ୍ତ ନିଆରା।

ଫଟୋ ସୌଜନ୍ୟ- ପ୍ରତିନିଧି, ଆନନ୍ଦପୁର

By

Published : Mar 20, 2019, 2:18 PM IST

ଆନନ୍ଦପୁର: ଆସ ଜୀବନଧନ, ମୋର ପଖାଳକଂସା। ପ୍ରକୃତରେ ପଖାଳକଂସାକୁ ଓଡିଆଙ୍କ ଜୀବନଧନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସଜପଖାଳ ହେଉ କିମ୍ବା ବାସିପଖାଳ, ଖାଇବାର ମଜା ଅତ୍ୟନ୍ତ ନିଆରା। ପଖାଳ ସହିତ ଦହି ମିଶାଇ, ଆମ୍ବକସିଆ ଅଦା, ଶାଗଭଜା,ବଢିଚୂରା ଓ ଆଳୁ ଭର୍ତ୍ତା ହେଲେ ପଖାଳ ଖାଇବାର ମଜା ବଢିଯାଏ।

ଭିଡିଓ ସୌଜନ୍ୟ- ପ୍ରତିିନିଧି, ଆନନ୍ଦପୁର

ସେ ଚାଷ ଜମିହେଉ ଅବା ଘର ଅଗଣା, ଓଡିଶାର ଘରେ ଘରେ ପଖାଳ ପ୍ରିୟ ଖାଦ୍ୟ। ଦିନ ସାରା ଜମିରେ କଠିନ ପରିଶ୍ରମ କରି ଚାଷୀ ମୁଠାଏ ପଖାଳ ଖାଇଲେ ତାକୁ ଶାନ୍ତି ମିଳିଥାଏ। ପଖାଳ ସହ 6 ତିଅଣ 9 ଭଜାର ଆବଶ୍ୟକତା ନଥାଏ। ପୋଡାପୋଡି କିମ୍ବା ଶାଗଭଜା ଟିକିଏ ହେଲେ ପଖାଳ ବେଶ ଜମିଯାଏ।

ଏକାଠି ବସି ଖୁସି ଗପକରି ପଖାଳ ଖାଇବାର ମଜା ନିଆରା। ପଖାଳର ଉପାଦେୟତା ତଥା ଏହାକୁ ଅଧିକ ଆପଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ 20ତାରିଖରେ ପାଳିତ ହେଉଛି ପଖାଳ ଦିବସ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details