ଓଡିଶା

odisha

ETV Bharat / state

ଫନି ପ୍ରକୋପରେ ଜଳଛତ୍ରକୁ ଭୁଲିଗଲେ କେନ୍ଦୁଝର ପୌରପାଳିକା

ଖରାର ପ୍ରକୋପ ବଢିବା ସହ ପାନୀୟ ଜଳ ସମସ୍ୟା ଚିନ୍ତାର ବିଷୟ ପାଲଟିଛି କେନ୍ଦୁଝର ବାସିନ୍ଦାଙ୍କ ପାଇଁ । ଏପଟେ ପୌରପାଳିକା ଅଧିକାରୀ ଏହାର କୌଣସି ସମାଧାନ କରୁନଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ଯ:ସମ୍ବାଦଦାତା, କେନ୍ଦୁଝର

By

Published : May 9, 2019, 3:12 PM IST

କେନ୍ଦୁଝର: ଫନି ପ୍ରଭାବରେ ସାରା ରାଜ୍ୟ ଆଉଟପାଉଟ ହେଉଛି । ପ୍ରଚଣ୍ଡ ଖରା ସାଙ୍ଗକୁ ନା ଅଛି ବିଦ୍ୟୁତ ନା ଅଛି ଜଳ । ତେବେ ଖରାର ପ୍ରକୋପ ବଢିବା ସହ ପାନୀୟ ଜଳ ସମସ୍ୟା ବଢ଼ିବାରେ ଲାଗିଛି । ଏହି ସମସ୍ୟାକୁ ଆହୁରି ବଢାଇଛି କେନ୍ଦୁଝରର ପୌରପାଳିକା ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, କେନ୍ଦୁଝର


ସୂଚନା ମୁତାବକ, ଖରାଦିନରେ ସମସ୍ତ ସହରବାସୀଙ୍କ ସୁବିଧା ପାଇଁ କେନ୍ଦୁଝର ପୌରପାଳିକା ପକ୍ଷରୁ ଜଳଛତ୍ରମାନ ଖୋଲାଯାଇଥିଲା । ଏହି ଜଳଛତ୍ର ସମସ୍ତ ବସ୍ ଷ୍ଟାଣ୍ଡ ,ସହର ମଧ୍ୟରେ ଥିବା ମୁଖ୍ୟ ସ୍ଥାନ ଗୁଡିକରେ ରଖାଯାଇଥିଲା । କିନ୍ତୁ ବାତ୍ୟା ଫନି ପରେ ପୌରପାଳିକା ଯେପରି ଏହି ଜଳଛତ୍ର ଗୁଡିକୁ ଭୁଲିଯାଇଥିବା ଜଣାପଡୁଛି ।

ତେବେ ସମସ୍ତ ସ୍ଥାନରେ ଥିବା ପାଣି ହାଣ୍ଡି ଗୁଡିକ ଓଲଟି ପଡିଛି ତ ଆଉ କେଉଁଠି ପାଣି ହାଣ୍ଡି ନାହିଁ । ଯେଉଁ କେତେକ ସ୍ଥାନରେ ପାଣି ଡ୍ରମ ବ୍ୟବସ୍ଥା ଅଛି ସେଠି ପାଣି ନଥିବା ଅଭିଯୋଗ ହୋଇଛି । ତେଣୁ ଏନେଇ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି ଯାତ୍ରୀ ।

ତେବେ ବସଷ୍ଟାଣ୍ଡ ଗୁଡିକରେ ପୌରପାଳିକାର ଜଳଛତ୍ର ଗୁଡିକରେ ପାଣି ବ୍ୟବସ୍ଥା ଠିକ ଭାବେ ନଥିବାରୁ ଯାତ୍ରୀମାନେ ଅଧିକ ଟଙ୍କା ଦେଇ ପାଣି ବୋତଲ କିଣିବାକୁ ବାଧ୍ୟ ହେଉଛନ୍ତି । ଏନେଇ ପୌରପାଳିକା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରୁ ନଥିବା ଅଭିଯୋଗ ହୋଇଛି ।


କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details