ଓଡିଶା

odisha

ETV Bharat / state

କେନ୍ଦୁଝରରେ ପ୍ରବଳ ବର୍ଷା: ପୋଲ ଉପରେ 4 ଫୁଟର ପାଣି, 10 ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀ ହନ୍ତସନ୍ତ

ଲଗାଣ ବର୍ଷା ଯୋଗୁ ଅସୁବିଧାର କେନ୍ଦୁଝରବାସୀ । ପୋଲ ଉପରେ 4 ଫୁଟର ବନ୍ୟା ପାଣି । ଯୋଗାଯୋଗ ବିଚ୍ଛିନ୍ନ ।

By

Published : Aug 6, 2019, 12:42 PM IST

Updated : Aug 6, 2019, 1:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଲଗାଣ ବର୍ଷା ଯୋଗୁ ପୋଲ ଉପରେ ୪ ଫୁଟର ପାଣି । ଫଳରେ ଡୁମୁରିଆରୁ ପାଟଣା ଏବଂ ଢେଙ୍କିକୋଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଘୁଚାପ ଜନିତ ବର୍ଷାରେ ବେହାଲ କେନ୍ଦୁଝର । ସେପଟେ କେନ୍ଦୁଝର ଜିଲ୍ଲାରେ ପାଟଣା ବ୍ଲକର ନୂଆପଡା ଠାରେ ସୀତା ନଦୀର ପୋଲ ଉପରେ 4 ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି ।

ବର୍ଷା ପାଣିରେ ପୋଲ ଭାସିବା ହେତୁ ଡୁମୁରିଆ, କେତାଙ୍ଗ, କୁମୁଳା ବହାଳି ଏବଂ ନୂଆପଡା ଆଦି ଗ୍ରାମରୁ ଯାତାୟତ କରୁଥିବା ପାଟଣା ମୁଖ୍ୟାଳୟରୁ ଢେଙ୍କିକୋଟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଯାହାପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଗ୍ରାମବାସୀ । ଏହି ପୋଲ ଉପରେ ନିର୍ଭର କରୁଥିବା 10 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Aug 6, 2019, 1:35 PM IST

ABOUT THE AUTHOR

...view details