ଓଡିଶା

odisha

ETV Bharat / state

ସୋସାଇଟିରେ ସଦସ୍ୟତା ନେଇ ଗ୍ରାମବାସୀଙ୍କ ଧାରଣା - ସୋସାଇଟିରେ ସଦସ୍ୟତା ନେଇ ଗ୍ରାମବାସୀଙ୍କ ଧାରଣା

ଗନ୍ଧମାର୍ଦ୍ଦନ ଲୋଡିଂ ସୋସାଇଟି ସଦସ୍ୟତା ନେଇ ଦେଖାଦେଇଛି ବିବାଦ । ଏହି ସୋସାଇଟିର ସଦସ୍ୟତା ନେଇ ମହାଦେଇଯୋଡ଼ା ପଞ୍ଚାୟତର ସଲରାପେଣ୍ଠ ଗ୍ରାମବାସୀ ଗ୍ରାମ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

ସୋସାଇଟିରେ ସଦସ୍ୟତା ନେଇ ଗ୍ରାମବାସୀଙ୍କ ଧାରଣା
ସୋସାଇଟିରେ ସଦସ୍ୟତା ନେଇ ଗ୍ରାମବାସୀଙ୍କ ଧାରଣା

By

Published : Oct 6, 2021, 10:32 AM IST

କେନ୍ଦୁଝର:ଗନ୍ଧମାର୍ଦ୍ଦନ ଲୋଡିଂ ସୋସାଇଟି ସଦସ୍ୟତା ନେଇ ଦେଖାଦେଇଛି ବିବାଦ । ଏହି ସୋସାଇଟିର ସଦସ୍ୟତା ନେଇ ମହାଦେଇଯୋଡ଼ା ପଞ୍ଚାୟତର ସଲରାପେଣ୍ଠ ଗ୍ରାମବାସୀ ଗ୍ରାମ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଧାରଣାରେ ବସିଛନ୍ତି ସଭିଏଁ । ଦାବି ପୁରଣ ନ ହେଲା ଯାଏଁ ଧାରଣାସ୍ଥଳ ଛାଡିବେ ନାହିଁ ଆନ୍ଦୋଳନକାରୀ ବୋଲି ଚେତାବନୀ ଦେଇଛନ୍ତି ।

ସୋସାଇଟିରେ ସଦସ୍ୟତା ନେଇ ଗ୍ରାମବାସୀଙ୍କ ଧାରଣା

ସୂଚନା ଯୋଗ୍ୟ ଯେ, କେନ୍ଦୁଝର ଶୁଆକାଠି ସ୍ଥିତ ଓଏମସି ଖଣିରେ ଲୋଡିଂକୁ ପରିଚାଳନା କରୁଥିବା ସୋସାଇଟିର ପୁନଃ ଗଠନ ହୋଇଛି । ଏହି ପୁନଃ ଗଠିତ ସୋସାଇଟିରେ ସଦସ୍ୟତା ନେଇ ଓଏମସି ପରିଚାଳିତ ଗନ୍ଧମାର୍ଦ୍ଦନରେ ତିନୋଟି ଗ୍ରାମପଞ୍ଚାୟତ ସହ ମହାଦେଇଯୋଡ଼ାର ସଲରାପେଣ୍ଠ ଗାଁ ମଧ୍ୟ ପ୍ରଭାବିତ ହୋଇଛି । ଏହି ପ୍ରଭାବିତ ଅଞ୍ଚଳର ଗ୍ରାମବାସୀଙ୍କ ହିତ ପାଇଁ ସୋସାଇଟି ଗଠନ ହୋଇଛି । କିନ୍ତୁ ନୂତନ କମିଟି ସଦସ୍ୟମାନେ ସଲରାପେଣ୍ଠ ଗ୍ରାମ ଲୋକଙ୍କୁ ଏହି ସୋସାଇଟିରେ ସଦସ୍ୟ ନନେବା ସହ ଏଥିରୁ ମିଳୁଥିବା ଲାଭକୁ ଦେବା ପାଇଁ ଅମଙ୍ଗ ହେଉଛନ୍ତି ।

ଏହି ଗନ୍ଧମାର୍ଦ୍ଦନ ଖଣି ଦ୍ବାରା ମଧ୍ୟ ସଲରାପେଣ୍ଠ ଗ୍ରାମବାସୀ ପ୍ରଭାବିତ ହେଉଥିବାବେଳେ ଏହି ସୋସାଇଟିରେ କାହିଁକି ସଦସ୍ୟ ହେବେ ନାହିଁ ବୋଲି ଦାବି କରିଛନ୍ତି ଗ୍ରାମବାସୀ । ଫଳରେ ଗ୍ରାମର ଶତାଧିକ ଗ୍ରାମବାସୀ ତିନୋଟି ପଞ୍ଚାୟତକୁ ଗମନାଗମନର ରାସ୍ତାକୁ ବନ୍ଦ କରି ଧାରଣାରେ ବସିଛନ୍ତି । ସଦସ୍ୟତା ନମିଳିଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଧାରଣାରତ ଗ୍ରାମବାସୀ । ଏନେଇ ସୋସାଇଟିର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details