ଓଡିଶା

odisha

By

Published : Jan 7, 2020, 11:57 PM IST

ETV Bharat / state

ଗାଁକୁ ଗ୍ରାସିଛି କିଡନୀ ରୋଗ, ନିରବଦ୍ରଷ୍ଟା ପ୍ରଶାସନ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ଗୋହିରା ଗାଁର ପ୍ରାୟ 50ରୁ ଅଧିକ ପରିବାର ଆକ୍ରାନ୍ତ ହୋଇଛନ୍ତି କିଡନି ରୋଗରେ । ଅଧିକାଂଶ ଗ୍ରାମବାସୀ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଅଧିକ ପଢ଼ନ୍ତୁ...

villagers of gohira, villagers of gohira village suffering from kidney disease, gohira village of keonjhar,  suffering from kidney disease, ଗାଁକୁ ଗ୍ରାସିଛି କିଡନୀ ରୋଗ, ନିରବଦ୍ରଷ୍ଟା ପ୍ରଶାସନ, କେନ୍ଦୁଝର ଜିଲ୍ଲା ଗୋହିରା ଗାଁ
ଗାଁକୁ ଗ୍ରାସିଛି କିଡନୀ ରୋଗ, ନିରବଦ୍ରଷ୍ଟା ପ୍ରଶାସନ

ଆନନ୍ଦପୁର: ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବା ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି ହେଲେ ପ୍ରକୃତପକ୍ଷେ ତୃଣମୂଳ ସ୍ଥରରେ ତାହା କେତେ କାର୍ଯ୍ୟକ୍ଷମ ତାର ହିସାବ ପ୍ରାୟ କାହାରି ପାଖରେ ନାହିଁ । ଗୋଟିଏ ଗାଁରେ ଜଣେ ପରେ ଜଣେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବେଳେ ଅନ୍ୟ କିଛି କିଡନୀ ଆକ୍ରାନ୍ତ ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଗୋହିରା ଗାଁରେ ।

ଗାଁକୁ ଗ୍ରାସିଛି କିଡନୀ ରୋଗ, ନିରବଦ୍ରଷ୍ଟା ପ୍ରଶାସନ

ଏହି ଗାଁରେ 200ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି । ସମସ୍ତେ ପ୍ରାୟ ଶ୍ରମଜୀବୀ । ତେବେ ଗ୍ରାମର ପ୍ରାୟ 50ରୁ ଅଧିକ ଲୋକ କିଡନୀ ରୋଗରେ ଆକ୍ରାନ୍ତ । ଅନେକ ବର୍ଷ ଧରି ଏପରି ପରିସ୍ଥିତି ଲାଗିରହିଥିବା ବେଳେ 40ରୁ ଅଧିକ କିଡନୀ ରୋଗୀ ମୃତ୍ୟୁ ମୁଖରେ ପଡିଛନ୍ତି ଏବଂ 10ରୁ ଅଧିକ ରୋଗୀ ଏବେବି ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଛନ୍ତି ।

ପୂର୍ବରୁ ଏନେଇ ବିଭିନ୍ନ ଅଧିକାରୀଙ୍କୁ ଅନେକ ଥର ଅବଗତ କରାଯାଇଥିଲେ ଗ୍ରାମବାସୀ । କିନ୍ତୁ କୌଣସି ସୁଫଳ ମିଳିନଥିବା କହିଛନ୍ତି ସେମାନେ । ପ୍ରଶାସନିକ ସ୍ଥରରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି।

ସେପଟେ ଆନନ୍ଦପୁର ଉପଖଣ୍ଡରେ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନଥିବା ବେଳେ ରୋଗ ଗ୍ରସ୍ଥ ଗରିବ ଅଭାବୀ ପରିବାର ସବୁବେଳେ କଟକ ଯାଇ ଚିକିତ୍ସା ପାଇବା ଓ ଔଷଧ କିଣିବା ସମ୍ଭବପର ହୋଇନଥାଏ । ତେଣୁ ଭାଗ୍ୟକୁ ଆଦରି ଯେନତେନ ପ୍ରକାରେ ଜୀବନ ବିତାଇବାକୁ ବାଧ୍ୟ ହୋଇଥାନ୍ତି। କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ଜୀବନ ଚାଲିଯାଉଥିବା ବେଳେ ସମଗ୍ର ଗ୍ରାମବାସୀ ଏହାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି । ଅନ୍ୟପକ୍ଷରେ ପ୍ରଶାସନିକ ଅଧିକାରୀମାନେ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ହେଉଥିବା ବେଳେ ଖୁବ ଶୀଘ୍ର ଏଥି ପ୍ରତି ଧ୍ୟାନ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details