ଆନନ୍ଦପୁର: ଯୋଗାଯୋଗ ପାଇଁ କେବଳ ଗୋଟିଏ ହିଁ ରାସ୍ତା। ଲଗାଣ ବର୍ଷା ଯୋଗୁଁ ଗତ ଦେଢ ମାସ ତଳେ ପୋଲଟି ସମ୍ପୂର୍ଣ୍ଣ ଧୋଇଯାଇଥିଲା । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ବସନ୍ତପୁରା, ରଙ୍ଗମାଟିଆରୁ ରାଇଘାଟି ଗ୍ରାମକୁ ଯିବା ପାଇଁ ଏକ ମାତ୍ର ରାସ୍ତାରେ ଉପରେ ଦୁଇଟି ଗାଁ ଲୋକେ ନର୍ଭରଶୀଳ। କୌଣସି ଜରୁରୀ କାଳିନ ସେବା ଗ୍ରାମକୁ ଆସିପାରୁନାହିଁ ।
ଘସିପୁରା ବ୍ଲକ ଅନ୍ତର୍ଗତ ବସନ୍ତପୁରା, ରଙ୍ଗମାଟିଆରୁ ରାଇଘାଟି ଗ୍ରାମକୁ ଯିବା ପାଇଁ ଏକମାତ୍ର ରାସ୍ତା ରହିଛି । ଫଳରେ ଗ୍ରାମବାସୀ ଅନ୍ୟ ଉପାୟ ନ ପାଇ ନାଳରେ ପାର ହୋଇ ଯିବାଆସିବା କରୁଛନ୍ତି । ଅନେକ ଦାବି ପରେ ୨୭ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିଲା ପୋଲ। ଯନ୍ତ୍ରୀଙ୍କ ଦୂରଦୃଷ୍ଟି ଅଭାବ ଓ ଠିକାଦାରଙ୍କ ଲାଭଖୋର ମନୋଭାବ ଯୋଗୁଁ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାବରେ ଧୋଇଗଲା ପୋଲ ଓ ରାସ୍ତା। ଫଳରେ ରାସ୍ତାଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିଲା। ଏହାଦ୍ବାରା କୌଣସି ଜରୁରୀ ସେବା ଗାଡ଼ି ଗୁଡିକ ଗାଁ ମଧ୍ୟକୁ ଯାଇପାରୁନାହିଁ ଏବଂ ଆବାସ ହିତାଧିକାରୀମାନେ ଘର ତିଆରି ସାମଗ୍ରୀ ମଧ୍ୟ ଗାଡ଼ିରେ ଆଣି ପାରୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।