ଓଡିଶା

odisha

ରାସ୍ତା ମଝିରେ ଜଳିଗଲା ମାଲ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

By

Published : Oct 31, 2020, 11:26 AM IST

ରାସ୍ତା ମଝିରେ ଜଳିଗଲା ମାଲ ବୋଝେଇ ଟ୍ରକ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ନିକଟରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ..

ରାସ୍ତା ମଝିରେ ଜଳିଗଲା ମାଲ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ରାସ୍ତା ମଝିରେ ଜଳିଗଲା ମାଲ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କେନ୍ଦୁଝର:ରାସ୍ତା ମଝିରେ ଜଳିଗଲା ମାଲ ବୋଝେଇ ଟ୍ରକ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ରାସ୍ତାର ପିଟାପିଟି ଗାଁ ନିକଟ ଭାଇଭାଇ ଢାବା ନିକଟରେ ସକାଳୁ ୧୨ ଚକିଆ ମାଲବୁହା OR -09N- 6231 ଗାଡିଟି ହୁତୁହୁତୁ ହୋଇ ଜଳି ଯାଇଛି ।

ରାସ୍ତା ମଝିରେ ଜଳିଗଲା ମାଲ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ସୂଚନାଅନୁଯାୟୀ, ଗାଡି ଟି ଆଜି ଭୋର ସକାଳୁ ଆଇରନ ମାଲ ଲୋଡିଙ୍ଗ ପାଇଁ ଯୋଡ଼ା ଆସୁଥିବା ବେଳେ ଭାଇ ଭାଇ ଢାବା ନିକଟରେ ଡ୍ରାଇଭର ଗାଡ଼ି ଛିଡା କରି ଚା’ ପିଉଥିଲେ । ଗାଡିଟି ଠିଆ ହୋଇଥିଲା ବେଳେ ଅଚାନକ ହୁତୁହୁତୁ ହୋଇ ଜଳିଯାଇଥିଲା । ଏହି ଘଟଣାରେ ଡ୍ରାଇଭର, ହେଲପର ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ ହରିଚନ୍ଦନପୁର ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସର୍ଟସର୍କିଟ ଯୋଗୁଁ ଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details