ଓଡିଶା

odisha

ଜନ୍ତାରୀ ଘାଟିରେ ଟ୍ରକ ଓଲଟି ତିନି ମୃତ

By

Published : Apr 26, 2019, 10:54 PM IST

ବଂଶପାଳ ବ୍ଲକ ଜନ୍ତାରୀ ଘାଟିରେ ଓଲଟି ପଡିଛି ଏକ 709 ଟ୍ରକ୍ । ଏହି ଟ୍ରକରେ ଥିବା ଡ୍ରାଇଭରଙ୍କ ସମେତ ତିନି ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ଚାରିଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ବଂଶପାଳ ବ୍ଲକ ଜନ୍ତାରୀ ଘାଟିରେ ଓଲଟି ପଡିଛି ଏକ 709 ଟ୍ରକ୍ । ଏହି ଟ୍ରକରେ ଥିବା ଡ୍ରାଇଭରଙ୍କ ସମେତ ତିନି ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ଚାରିଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

ଖବର ଅନୁଯାୟୀ ଟ୍ରକ଼ଟି ପାଇଖାନା ତିଆରି ସାମଗ୍ରୀ ନେଇ ତାଳଚେରରୁ ବାଁଶପାଳ ବ୍ଲକର ଯନ୍ତାରୀ ଗାଁ ଅଭିମୁଖେ ଯାଉଥିବା ବେଳେ ଘାଟିରେ ଭାରସାମ୍ଯ ହରାଇ ଓଲଟି ପଡିଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ।

ମୃତକମାନଙ୍କ ପରିଚୟ ଏବେ ସୁଦ୍ଧା ମିଲିପାରିନଥିବା ବେଳେ ସମସ୍ତେ ଅନୁଗୁଳ ଜିଲ୍ଲାର ବୋଲି ଜଣାପଡିଛି । ଗୁରୁତର ଚାରି ଜଣଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲାବେଳେ ସ୍ଥାନୀୟ ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details