ଓଡିଶା

odisha

ETV Bharat / state

ଆନନ୍ଦପୁରରେ ବିଧାନସଭା ସିଟ ପାଇଁ ତ୍ରିମୁଖୀ ଲଢେଇ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଲୋକ ସେଠୀ ବିଜେପି ବିଧାନସଭା ପ୍ରାର୍ଥୀ ଭାବେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

By

Published : Apr 2, 2019, 2:30 AM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଲୋକ ସେଠୀ ବିଜେପି ବିଧାନସଭା ପ୍ରାର୍ଥୀ ଭାବେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ଭାଗୀରଥି ସେଠୀଙ୍କ ନାମ ଘୋଷଣା କରାଯାଇଥିଲା।

ତେବେ ଭାଗୀରଥି ମତ ପରିବର୍ତ୍ତନ କରି ବିଜେଡିରେ ଯୋଗଦାନ କରିବା ଏବଂ ଦଳୀୟ ଟିକେଟ ପାଇବା ପରେ ଭାଜପା ପ୍ରାର୍ଥିତ୍ୱ ଖାଲି ପଡ଼ିଥିଲା। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପି ପୂର୍ବତନ ବିଧାୟକ ପ୍ରାର୍ଥୀ ଆଲୋକଙ୍କ ଉପରେ ପୂନର୍ବାର ଭରଷା କରି ୨୦୧୯ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

ଏହିକ୍ରମରେ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସର ଜୟଦେବ ଜେନା, ବିଜେଡିର ଭାଗୀରଥି ସେଠୀ ଓ ବିଜେପିର ଆଲୋକ ସେଠୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଜଣାପଡ଼ୁଛି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details