ଓଡିଶା

odisha

ETV Bharat / state

ନୃତ୍ୟ ମାଧ୍ୟମରେ ଦୁର୍ଗା ପୂଜା ପାଳୁଛନ୍ତି ଆଦିବାସୀ ସମ୍ପ୍ରଦାୟ - ନୃତ୍ୟ ମାଧ୍ୟମରେ ଦୁର୍ଗା ପୂଜା ପାଳୁଛନ୍ତି ଆଦିବାସୀ ସମ୍ପ୍ରଦାୟ

ଦୁର୍ଗା ପୂଜା ପାଇଁ ସାରା ଦେଶ ଚଳଚଞ୍ଚଳ ଥିବାବେଳେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହାକୁ ଧୂମଧାମରେ ପାଳନ କରୁଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Oct 6, 2019, 2:15 PM IST

କେନ୍ଦୁଝର: ସମଗ୍ର ରାଜ୍ୟରେ ଦୁର୍ଗାପୂଜାର ମାହୋଲ । ପୂଜାମଣ୍ଡପରୁ ଦେବୀପୀଠ ସବୁଠି ଚଳଚଞ୍ଚଳ । ସମସ୍ତେ ଜାକଜକମରେ ଜଗତଜନନୀ ମା'ଙ୍କ ଆବାହନ କରୁଛନ୍ତି । ତେବେ ଦୁର୍ଗା ପୂଜାକୁ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଧୂମଧାମରେ ପାଳନ କରିଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏହି ଅବସରରେ ସାନ୍ତାଳ, ମୁଣ୍ଡା ସମ୍ପ୍ରଦାୟର ଲୋକମାନେ ବିଶେଷ ଭାବେ ସୁସଜ୍ଜିତ ହୋଇ ନିର୍ଦ୍ଧିଷ୍ଟ ବାଦ୍ୟ ଧରି ନୃତ୍ୟ ପରିବେଷଣ କରୁଛନ୍ତି । ବିଶେଷ କରି ଲାଉ ତୁମ୍ବା, ଢୋଲ, ପିତ୍ତଳ, ଥାଳି ଆଦି ବାଦ୍ୟ ରୂପେ ବ୍ୟବହାର କରିଥାନ୍ତି । 'ଏମେଲେ ସେମେଲେ ଘୁଂ' ଗୀତ ଗାଇ ଏହି ସମ୍ପ୍ରଦାୟର ଲୋକମାନେ ଗାଁ ଗାଁ ବୁଲି ଚାଉଳ, ଟଙ୍କା ଆଦି ମାଗିଥାନ୍ତି । ଏହି ମାଗଣା ଅର୍ଥରେ ନିଜ ଗ୍ରାମ ଦେବତାଙ୍କ ପାଖରେ ପୂଜା କରନ୍ତି । ତେବେ ଆଦିବାସୀଙ୍କ ଏହି ନୃତ୍ୟ ବିଶେଷ କରି ରାଜା ରାଜୁଡା ଅଞ୍ଚଳରେ ଦେଖା ଦେଇଥାଏ । ଯାହା ଏବେ ଧୀରେ ଧୀରେ ଲୋପ ହେବାକୁ ବସିଲାଣି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details