ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଗୋହିରା ଓଭରବ୍ରିଜ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଝିଆରୀର ମୃତ୍ୟୁ ଘଟିଥିବା ସହିତ ଦାଦା ଗୁରୁତର ଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଗୋହିରା ଗାଁର ବାଣେଶ୍ବର ନାଇକ ନିଜ ବର୍ଷକର ଝିଅ ସହ 4 ବର୍ଷର ଝିଆରୀଙ୍କୁ ନେଇ କୃଷି ବିଭାଗ ଫାର୍ମକୁ ବୁଲିବାକୁ ଯାଇଥିଲେ । ଫେରିବା ବାଟରେ କୌଣସି ଏକ ଅଜଣା ଗାଡି ତାଙ୍କୁ ପଛ ପଟୁ ଧକ୍କା ଦେଇ ପଳାଇଥିଲା । ଗୁରୁତର 2 ଶିଶୁ ଓ ଜଣେ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଡାକ୍ତର 4 ବର୍ଷର ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିବାବେଳେ ବ୍ୟକ୍ତି ଓ ଆଉ ଜଣେ ଶିଶୁ ଗୁରୁତର ରହିଛନ୍ତି । ମୃତ ଶିଶୁ ଗୁରୁତର ବ୍ୟକ୍ତିଙ୍କ ଝିଆରୀ ବୋଲି ସୂଚନା ମିଳିଛି ।